ଯମୁନା ମା’ଙ୍କ ଅଭିଶାପ ପଡ଼ିଲା; ଇସ୍ତଫା ପତ୍ର ଦେବାକୁ ଯାଇଥିବା ଆତିଶୀଙ୍କୁ ଏଭଳି କହିଲେ ଭି.କେ ସକ୍ସେନା

ଦିଲ୍ଲୀ ବିଧାନସଭା ନିର୍ବାଚନ-୨୦୨୫ର ଫଳାଫଳ ଫେବ୍ରୁଆରି ୮ରେ ଆସିଥିଲା। ଏଥିରେ ଆମ ଆଦମୀ ପାର୍ଟି ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ଏହାକୁ ଦେଖି ଯମୁନା ମା’ଙ୍କ ଅଭିଶାପ ଆପକୁ ଲାଗିଥିବା କହିଛନ୍ତି ଭି.କେ ସକ୍ସେନା।

tutuuutu

ନୂଆଦିଲ୍ଲୀ: ରବିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ରାଜଭବନ ଯାଇ ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଏହି ସମୟରେ, ଯମୁନା ନଦୀ ପ୍ରଦୂଷଣକୁ ନେଇ ଭି.କେ ସକ୍ସେନା ତାଙ୍କୁ କଟାକ୍ଷ କରିଥିଲେ।

ଭି.କେ ସକ୍ସେନା, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଯେ ତୁମେ ଯମୁନା ମା’ଙ୍କ ଦ୍ୱାରା ଅଭିଶପ୍ତ। ଯମୁନା ନଦୀକୁ ସଫା କରିବା ପାଇଁ ସରକାରଙ୍କୁ ସକ୍ରିୟ ପଦକ୍ଷେପ ନେବା ଉଚିତ ଥିଲା। ସୁପ୍ରିମକୋର୍ଟ ଦ୍ୱାରା ନଦୀ ସଫା କରିବାର ଏକ ପ୍ରକଳ୍ପ ବନ୍ଦ କରିବା ପରେ ମୁଁ ଆପ୍ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ 'ଯମୁନା ନଦୀର ଅଭିଶାପ' ବିଷୟରେ ଚେତାବନୀ ଦେଇଥିଲି। ଦେଖ ଆଜି ତାଙ୍କ ଅଭିଶାପ ପାଇଁ ତୁମ ଦଳର ଏଭଳି ଦଶା ହୋଇଛି।

ଭି.କେ ସକ୍ସେନାଙ୍କଠାରୁ ଏସବୁ ଶୁଣିବା ପରେ ଆତିଶୀ ତାଙ୍କ ଆଗରେ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନଥିବା ସାମ୍ନାକୁ ଆସିଛି। 

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନ-୨୦୨୫ର ଫଳାଫଳ ଫେବ୍ରୁଆରି ୮ରେ ଆସିଥିଲା। ଏଥିରେ ଆମ ଆଦମୀ ପାର୍ଟି ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ଆପର ବଡ଼ ନେତା ବୋଲି କୁହାଯାଉଥିବା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସି‌ସୋଦିଆ ଏହି ନିର୍ବାଚନରେ ପରାସ୍ତ ହୋଇଥିଲେ। ଏହି ନିର୍ବାଚନରେ ​​ଆପ୍ ମାତ୍ର ୨୨ଟି ଆସନ ପାଇଥିବା ବେଳେ ବିଜେପି ୨୭ବର୍ଷ ପରେ ୪୮ଟି ଆସନ ଜିତି କ୍ଷମତାକୁ ଆସିଛି। ଏହା ବ୍ୟତୀତ କଂଗ୍ରେସ ଲଗାତାର ତୃତୀୟ ଥର ପାଇଁ ଗୋଟିଏ ବି ଆସନ ଜିତିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe