୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଏଲ୍‌ଆଇସିର ନିଟ୍‌ ଲାଭ ୫୦ ପ୍ରତିଶତ ହ୍ରାସ ପାଇଲା

Advertisment
୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଏଲ୍‌ଆଇସିର ନିଟ୍‌ ଲାଭ ୫୦ ପ୍ରତିଶତ ହ୍ରାସ ପାଇଲା

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ନିଟ୍‌ ଲାଭ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ତ୍ରୈମାସିକରେ ୫୦ ପ୍ରତିଶତ ହ୍ରାସ ପାଇଛି। ସେପ୍ଟେମ୍ବର ୨୦୨୩ ତ୍ରୈମାସିକରେ ଏଲଆଇସିର ନିଟ୍‌ ଲାଭ ୫୦ ପ୍ରତିଶତ ହ୍ରାସ ପାଇ ୭,୯୨୫ କୋଟି ଟଙ୍କାରେ ପହଞ୍ଚିଛି। ଦେଶର ବୃହତ୍ତମ ବୀମା କମ୍ପାନି ଏଲଆଇସି କହିଛି ଯେ ଗତ ବର୍ଷ ଏହି ସମୟ ମଧ୍ୟରେ କମ୍ପାନି ୧୫,୯୫୨ କୋଟି ଟଙ୍କାର ନିଟ୍‌ ଲାଭ କରିଥିଲା।

ଚଳିତ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୈମାସିକରେ ଏହାର ନିଟ୍‌ ପ୍ରିମିୟମ୍‌ ଆୟ ହ୍ରାସ ପାଇ ୧,୦୭,୩୯୭ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଗତବର୍ଷ ସମାନ ଅବଧିରେ ୧,୩୨,୬୩୧.୭୨ କୋଟି ଟଙ୍କା ଥିଲା।

ଏଲଆଇସିର ମୋଟ ଆୟ ସେପ୍ଟେମ୍ବରରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୨,୦୧,୫୮୭ କୋଟି ଟଙ୍କାକୁ ହ୍ରାସ ପାଇଛି; ଯାହାକି ପୂର୍ବ ବର୍ଷ ଏହି ସମୟରେ ୨,୨୨,୨୧୫ କୋଟି ଟଙ୍କା ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe