ଟ୍ରାଫିକ ପୁଲିସଙ୍କ ସହ ଦୁର୍ବ୍ୟବହାର କଲେ ଲାଇସେନ୍ସ ହେବ ଜବତ

Advertisment
ବିନା ହେଲମେଟ୍‌ ଚାଳକଙ୍କ ବିରୁଦ୍ଧରେ ଅଭିଯାନ: ୧୨୫୪୫ ଡିଏଲ୍‌ ସ୍ଥଗିତ, ୮୮୮ ଗାଡ଼ି ଜବତ

ନୂଆଦିଲ୍ଲୀ: ଏଣିକି ଟ୍ରାଫିକ ପୁଲିସଙ୍କ ସହ ଦୁର୍ବ୍ୟବହାର କଲେ ଜବତ ହୋଇପାରେ ଡ୍ରାଇଭିଙ୍ଗ ଲାଇସେନ୍ସ | ମୋଟର ଯାନ ଅଧିନିୟମ ୧୯୮୮ ରେ ଟ୍ରାଫିକ ପୁଲିସଙ୍କ ପ୍ରତି ବ୍ୟବହାରକୁ ନେଇ କିଛି ନୂତନ ନିୟମକୁ ଯୋଡାଯାଇଛି | ନୂତନ ନିୟମ ଅନୁଯାୟୀ, ଟ୍ରାଫିକ ପୁଲିସଙ୍କ ପ୍ରତି ଦୁର୍ବ୍ୟବହାର କଲେ ବର୍ତ୍ତମାନ ଚାଳକଙ୍କୁ ଜରିମାନା ଦେବାକୁ ପଡିପାରେ | ସୂଚନା ଥାଉ କି ଡ୍ୟୁଟିରେ ଥିବା ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ହଇରାଣ କରିବା ଘଟଣା ବାରମ୍ବାର ସାମ୍ନାକୁ ଆସିଥାଏ।

ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଦାୟିତ୍ୱରେ ଥିବା ଟ୍ରାଫିକ ପୁଲିସଙ୍କ ପ୍ରତି ଦୁର୍ବ୍ୟବହାରକୁ ରୋକିବା ପାଇଁ କଡା ନିୟମ ପ୍ରଣୟନ କରିଛନ୍ତି। ଏହି ନୂତନ ନିୟମ ଅନୁଯାୟୀ ପୁଲିସ ପ୍ରତି ଦୁର୍ବ୍ୟବହାର ଏବଂ ଯାଞ୍ଚରେ ଟ୍ରାଫିକ କର୍ମଚାରୀଙ୍କୁ ସହଯୋଗ ନକରିବା ପାଇଁ ଜରିମାନା ଆଦାୟ କରାଯାଇପାରିବ। କେବଳ ଏତିକି ନୁହେଁ ଆବଶ୍ୟକ ପଡିଲେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଜବତ କରାଯାଇପାରେ।

ମୋଟର ଯାନ ଅଧିନିୟମ ସଂଶୋଧନ ପରେ ଯାନବାହନ ସମ୍ବନ୍ଧୀୟ ଡିଜିଟାଲ ଡକ୍ୟୁମେଣ୍ଟକୁ ଅକ୍ଟୋବର ୧ ରୁ ଅନୁମୋଦନ କରାଯାଇଛି। ଏହି ନୂତନ ନିୟମ ଅନୁଯାୟୀ ବର୍ତ୍ତମାନ ଡ୍ରାଇଭରମାନେ ଡିଜି ଲକର କିମ୍ବା ଏମ-ଟ୍ରାନ୍ସପୋର୍ଟ ମୋବାଇଲ୍ ଆପରେ ସେମାନଙ୍କର ଡକ୍ୟୁମେଣ୍ଟ୍ ଦେଖାଇପାରିବେ | ଡିଜିଟାଲ୍ ଯାଞ୍ଚ ହୋଇଥିବା ଡକ୍ୟୁମେଣ୍ଟଗୁଡିକ ବୈଧ ହେବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe