ନୂଆଦିଲ୍ଲୀ: ଗାଡ଼ିର ଚାଲାଣ ପଇଠ ନ କଲେ ଡ୍ରାଇଭିଂ ଲାଇସେନ୍‌ସ କିମ୍ବା ଗାଡ଼ିର ପଞ୍ଜୀକରଣ ସମ୍ପର୍କିତ ଆବେଦନ ଆଗକୁ ବଢ଼ିବ ନାହିଁ। କେନ୍ଦ୍ର ସରକାର ମୋଟର ଯାନ ନିୟମରେ ସଂଶୋଧନ କରି ଏହି କଠୋର ବ୍ୟବସ୍ଥା ଲାଗୁ କରିଛନ୍ତି। ଚାଲାଣ ସମ୍ପର୍କିତ ସ୍ବତନ୍ତ୍ର ସଂଶୋଧନରେ ଉଲ୍ଲେଖ ରହିଛି ଯେ ଯଦି କୌଣସି ଗାଡ଼ିର ବର୍ଷକୁ ୫ କିମ୍ବା ତା’ଠାରୁ ଅଧିକ ଥର ଚାଲାଣ କଟିବ ତେବେ ଗାଡ଼ି ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ସାମନା କରିବାକୁ ପଡ଼ିବ। କୋର୍ଟଙ୍କ ନିର୍ଦ୍ଦେଶ‌ରେ ଚାଲାଣ ବକେୟା ଥିବା ଗାଡ଼ିକୁ ଜବତ କରାଯାଇପାରିବ। ସଂଶୋଧିତ ନିୟମକୁ ୨୦୨୬ ଜାନୁଆରି ୧ରୁ ଲାଗୁ କରାଯାଇଛି।

Advertisment

Education: ’ଶିକ୍ଷାକ୍ଷେତ୍ରରେ ନବରଙ୍ଗପୁର ଆଗାମୀ ଦିନରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ’

ସଂଶୋଧିତ ନିୟମ କହୁଛି, ୟୁନିଫର୍ମ ପିନ୍ଧିଥିବା ପୁଲିସ କିମ୍ବା ରାଜ୍ୟ ସରକାର ସ୍ବୀକୃତି ଦେଇଥିବା ଅଧିକାରୀ ଚାଲାଣ କାଟି ପାରିବେ। ଖିଲାପିଙ୍କ ପାଖକୁ ତାହା ପ୍ରତ୍ୟକ୍ଷ ଭାବେ ୧୫ ଦିନ ମଧ୍ୟରେ ଓ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ତିନି ଦିନରେ ପଠାଯିବ। ଗାଡ଼ିର ପଞ୍ଜୀକୃତ ମାଲିକଙ୍କ ପାଖରେ ଏସ୍‌ଏମ୍‌ଏସ୍‌ ଓ ଇମେଲ୍‌ ମାଧ୍ୟମରେ ମଧ୍ୟ ଚାଲାଣ ପହଞ୍ଚିପାରିବ। ଚାଲାଣ ସୂଚନା ପାଇବାର ୪୫ ଦିନ ମଧ୍ୟରେ ଖିଲାପି ତାହାକୁ ଗ୍ରହଣ କରିବେ କିମ୍ବା ତାହା ବିରୋଧରେ ଆପତ୍ତି ଅଭି‌ଯୋଗ କରିପାରିବେ। ସେହି ସମୟସୀମା ଶେଷ ହେବା ପରେ ଯଦି ସେ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଚାଲାଣ କିମ୍ବା ମୋଟର ଯାନ ନିୟମ ଉଲ୍ଲଂଘନକୁ ସେ ଗ୍ରହଣ କରିଥିବା ବିଚାର କରାଯିବ। ଚାଲାଣ ଗ୍ରହଣ ହେବାର ପରବର୍ତ୍ତୀ ୩୦ ଦିନ ମଧ୍ୟରେ ତାହା ପଇଠ କରିବାକୁ ପଡ଼ିବ।

Cricket: ନାଗପୁର ଟି-୨୦ରେ ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କଲା ଭାରତ