ମିଥ୍ୟା ଆରୋପ ଲଗାଉଥିବାରୁ ଆମେରିକା ଟିଭି ଚ୍ୟାନେଲଗୁଡ଼ିକ ଅଧାରୁ ବନ୍ଦ କଲେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଲାଇଭ ଭାଷଣ

Advertisment
ମିଥ୍ୟା ଆରୋପ ଲଗାଉଥିବାରୁ ଆମେରିକା ଟିଭି ଚ୍ୟାନେଲଗୁଡ଼ିକ ଅଧାରୁ ବନ୍ଦ କଲେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଲାଇଭ ଭାଷଣ

indiatoday

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସରିଥିବା ବେଳେ କାହା ହାତକୁ କ୍ଷମତା ଯିବ, ସେ ନେଇ ଚର୍ଚ୍ଚା ଲାଗି ରହିଛି। ଫଳାଫଳ ଆସିବା ପୂର୍ବରୁ ମୁହାଁ-ମୁହିଁ ହୋଇଛନ୍ତି ଡେମୋକ୍ରାଟ ପାର୍ଟିର ଜୋ ବାଇଡେନ୍ ଓ ରିପବ୍ଲିକାନ ପାର୍ଟି ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଗଣତିକୁ ନେଇ ଜୋ ବାଇଡେନ୍ ଢ଼େର ଆଗରେ ଥିବାରୁ ଟ୍ରମ୍ପ ପୁଣି ଥରେ ଗଣତି କରିବାକୁ ଦାବି କରିଥିଲେ। ଏହା ସହ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ତେବେ କୌଣସି ପ୍ରମାଣ ନଥାଇ ଟ୍ରମ୍ପ ବାରମ୍ବାର ଏଭଳି ଅଭିଯୋଗ କରୁଥିବାରୁ ଆମେରିକାର ଟିଭି ଚ୍ୟାନେଲଗୁଡ଼ିକ ତାଙ୍କ ଲାଇଭ ଭାଷଣକୁ ଅଧାରୁ ବନ୍ଦ କରି ଦେଇଥିବା ଜଣା ପଡ଼ିଛି।

publive-image NBC News

ସୂଚନା ମୁତାବକ, ନିର୍ବାଚନ ଶେଷ ହେବା ପରେ ବାଇଡେନଙ୍କୁ ଖୁବ ଆଗରେ ଦେଖି ହ୍ବାଇଟ ହାଉସରେ ସାମ୍ବାଦିକମାନଙ୍କୁୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ। ଏହି ସମୟରେ ‌ସେ ଡେମୋକ୍ରାଟ ପାର୍ଟି ଉପରେ ନିର୍ବାଚନ ଜିତିବା ପାଇଁ ବେଆଇନ ଭାବେ ଭୋଟ ହାତଉଥିବା ନେଇ ଆରୋପ ଲଗାଇଥିଲେ। କୌଣସି ପ୍ରମାଣ ନଥାଇ ଟ୍ରମ୍ପ ଏଭଳି କହୁଥିବାରୁ ଆମେରିକା ଟିଭି ଚ୍ୟାନେଲଗୁଡ଼ିକ ଲାଇଭକୁ ଅଧାରୁ ବନ୍ଦ କରି ଦେଇଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe