ନାବାଳିକା ଦୁଷ୍କର୍ମ ମାମଲା: ଆରଜେଡି ବିଧାୟକଙ୍କୁ ଆଜୀବନ ଜେଲ୍‌

Advertisment
ନାବାଳିକା ଦୁଷ୍କର୍ମ ମାମଲା: ଆରଜେଡି ବିଧାୟକଙ୍କୁ ଆଜୀବନ ଜେଲ୍‌

ପାଟନା: ବିହାରର ଆରଜେଡି ବିଧାୟକ ରାଜବଲ୍ଲଭ ଯାଦବ ୨୦୧୬ରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀସାବ୍ୟସ୍ତ ହେବାପରେ ତାଙ୍କୁ ପାଟନାର ଏକ ଅଦାଲତ ଆଜୀବନ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ଆଇପିସିର ଧାରା ୩୭୬ରେ ସେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ନୱାଦାର ବିଧାୟକ ଥିବା ରାଜବଲ୍ଲଭ ବିହାର ସରିଫ୍‌ ସ୍ଥିତ ତାଙ୍କ ବାସଭବନରେ ଫେବ୍ରୁଆରି ୬, ୨୦୧୬‌ରେ ଏହି ଦୁଷ୍କର୍ମ ଘଟାଇଥିଲେ। ଜଣେ ମହିଳା କୌଶଳ କ୍ର‌ମେ ଉକ୍ତ ନାବାଳିକାଙ୍କୁ ବିଧାୟକଙ୍କ ପାଖକୁ ପଠାଇଥିଲେ ଏବଂ ବିଧାୟକ ଉକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିବା ଜଣାପଡ଼ିଥିଲା। ଏହି ବିଧାୟକଙ୍କ ବିରୋଧରେ ମହିଳା ସଂଗଠନଗୁଡ଼ିକ ଦୀଘଦିନ ଧରି ଆନ୍ଦୋଳନ ଚଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe