କୋଭିଡ୍ କମାଇଲା ମଣିଷର ଆୟୁ: ୨୦୨୦ରେ ୧୧.୯ ଲକ୍ଷ ଅଧିକ ‘କୋଭିଡ୍‌ ମୃତ୍ୟୁ’

Advertisment

ସରକାରୀ ଘୋଷଣାଠାରୁ ୮ ଗୁଣ ଅଧିକ

ସରକାରୀ ଘୋଷଣାଠାରୁ ୮ ଗୁଣ ଅଧିକ

କରୋନା ଚିନ୍ତା ବଢ଼ିଲା: ଟେଷ୍ଟିଂ ଓ ସର୍ଭେଲାନ୍‌ସ ବଢ଼ାଇବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

India.com

ନୂଆଦିଲ୍ଲୀ: ଭାରତରେ କୋଭିଡ୍-୧୯ ମହାମାରୀ ସମୟରେ ୨୦୨୦ରେ ୧୧.୯ ଲକ୍ଷ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି, ଯାହା କି ୨୦୧୯ ତୁଳନାରେ ୧୭ ପ୍ରତିଶତ ଅଧିକ ବୋଲି ଏକ ଅନ୍ତର୍ଜାତୀୟ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଆକଳନ ଭାରତରେ ସରକାରୀ ମୃତ୍ୟୁସଂଖ୍ୟା ଠାରୁ ପ୍ରାୟ ୮ ଗୁଣ ଅଧିକ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନଠାରୁ ୧.୫ ଗୁଣ ଅଧିକ ବୋଲି କୁହାଯାଉଛି। ସାଇନ୍ସ ଆଡ୍‌ଭାନ୍‌ସେସ୍ ନାମକ ପତ୍ରିକାରେ ପ୍ରକାଶିତ ରିପୋର୍ଟେରେ ଏହା କୁହାଯାଇଛି। ତେବେ ଭାରତ ସରକାର ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ରିପୋର୍ଟରେ ଭାରତରେ କୋଭିଡ୍ ମୃତ୍ୟୁସଂଖ୍ୟାକୁ ଅତିରଞ୍ଜିତ କରି ଉପସ୍ଥାପିତ କରାଯାଇଛି। ଏହି ସଂସ୍ଥା ମୃତ୍ୟୁସଂଖ୍ୟା ଆକଳନ ପାଇଁ ଯେଉଁ ଫର୍ମୁଲା ଗ୍ରହଣ କରିଛି ତାହା ତ୍ରୁଟିପୂର୍ଣ୍ଣ।

ସୂଚନ‌ାଯୋଗ୍ୟ ଯେ କୋଭିଡ୍ ମ୍ୟତ୍ୟୁସଂଖ୍ୟାକୁ ନେଇ ବିବାଦ ଲାଗି ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅଭିଯୋଗ କରିଛି ଯେ ‌ଅନେକ ଦେଶ ‌କୋଭିଡ୍ ମୃତ୍ୟୁସଂଖ୍ୟା କମ୍ ଦେଖାଇଛନ୍ତି। ଭାରତକୁ ମଧ୍ୟ ସଂଗଠନ ଟାର୍ଗେଟ୍ କରିଥିଲା। ସରକାରୀ ତଥ୍ୟ ଅନୁଯାୟୀ ଭାରତରେ କୋଭିଡ୍ ଯୋଗୁଁ ୫ ଲକ୍ଷ ୨୦ ହଜାର ଲୋକ ପ୍ରାଣ ହରାଇଥିଲେ। କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ମୃତ୍ୟୁସଂଖ୍ୟା ୪୦ ଲକ୍ଷ ୭୦ ହଜାର ବୋଲି କହୁଛି। ସେହିଭଳି ସାଇନ୍ସ ଆଡ୍‌ଭାନ୍ସେସ୍ ପତ୍ରିକାରେ ଆଉ ଏକ ଉଦ୍‌ବେଗଜନକ ତଥ୍ୟ ଦିଆଯାଇଛି। ଏଥିରେ କୁହାଯାଇଛି ଯେ କୋଭିଡ୍ ଯୋଗୁଁ ଭାରତରେ ମଣିଷର ହାରାହାରି ଆୟୁ ୨ ବର୍ଷ ୬ ମାସ କମିଯାଇଛି। ମହିଳାଙ୍କ ହାରାହାରି ଆୟୁ ୩.୧ ବର୍ଷ ହ୍ରାସ ପାଇଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ୨.୧ ବର୍ଷ ହ୍ରାସ ପାଇଛି। ଏହା ଉଚ୍ଚ ଆୟକାରୀ ଦେଶମାନଙ୍କରେ ଦେଖାଯାଉଥିବା ତଥ୍ୟଠାରୁ ବିପରୀତ।

ଯେଉଁଠାରେ ମହାମାରୀ ସମୟରେ ମହିଳାଙ୍କ ତୁଳନାରେ ପୁରୁଷଙ୍କର ଅଧିକ ମୃତ୍ୟୁ ହୋଇଥିଲା। ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୭.୬୫ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କ ତଥ୍ୟକୁ ବ୍ୟବହାର କରି ଏହି ଆକଳନ କରାଯାଇଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ ତଥ୍ୟକୁ ଭିତ୍ତି କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। କୁହାଯାଇଛି ଯେ କୋଭିଡ୍ ଯୋଗୁଁ ଲୋକଙ୍କ ହାରାହାରି ଆୟୁ ୨ ବର୍ଷ ୬ ମାସ କମିଛି। ସାମାଜିକ ଗୋଷ୍ଠୀଗୁଡ଼ିକୁ ଅନୁଧ୍ୟାନ କରି ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଉଚ୍ଚଜାତିର ହିନ୍ଦୁ ଗୋଷ୍ଠୀଙ୍କର ସମ୍ଭାବ୍ୟ ହାରାହାରି ଆୟୁ ୧.୩ ବର୍ଷ ହ୍ରାସ ପାଇଥିବା ବେଳେ ମୁସଲମାନ ଓ ଅନୁସୂଚିତ ଜନଜାତିଙ୍କ ଆୟୁ ଯଥାକ୍ରମେ ୫.୪ ବର୍ଷ ଏବଂ ୪.୧ ବର୍ଷ ହ୍ରାସ ପାଇଛି। ଜୀବନ-ସମ୍ଭାବ୍ୟତା ଦୃଷ୍ଟିରୁ ମହାମାରୀ ଏହି ଅବହେଳିତ ଜାତି ଓ ଧାର୍ମିକ ଗୋଷ୍ଠୀମାନଙ୍କର ଅସମାନତାକୁ ଆହୁରି ବଢାଇଦେଇଛି ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe