ନେପାଳରେ ୪.୪ ତୀବ୍ରତାର ଭୂମିକମ୍ପ: ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟ୍‌କା ଅନୁଭୂତ

Advertisment
ନେପାଳରେ ୪.୪ ତୀବ୍ରତାର ଭୂମିକମ୍ପ: ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟ୍‌କା ଅନୁଭୂତ

ନୂଆଦିଲ୍ଲୀ: ନେପାଳରେ ବୁଧବାର ଅପରାହ୍ନରେ ରିଚର ସ୍କେଲ୍‌ରେ ୪.୪ ତୀବ୍ରତାର ଏକ ଭୂମିକମ୍ପ ହୋଇଛି। ଅନ୍ୟପକ୍ଷରେ ଦିଲ୍ଲୀ-ଏନସିଆରରେ ଏହି ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ନେପାଳର ଜୁମଲା ଠାରୁ ୬୯ କିଲୋମିଟର ଦୂରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଅଫ୍‌ ସିସ୍ମୋଲୋଜି ଅନୁଯାୟୀ, ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିଲା ଏବଂ ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ଭୂମିକମ୍ପ ଅନୁଭୂତ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ହେବ ନେପାଳରେ ବାରମ୍ବାର ଭୂକମ୍ପ ଅନୁଭୂତ ହେଉଛି। ଏହା ପୂର୍ବରୁ ଜାନୁଆରି ୨୪ ରେ ନେପାଳରେ ୫.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe