ମୁମ୍ବାଇରେ କାଳବୈଶାଖୀର ତାଣ୍ଡବ: ଅନ୍ଧାର ହୋଇଗଲା ମାୟାନଗରୀ, ରାସ୍ତାରେ ଖେଳିଲା ଡ୍ରେନ୍ ପାଣିର ଲହରୀ...

ହଠାତ୍ ଅନ୍ଧାର ହୋଇଗଲା ମୁମ୍ବାଇ । ଘୋଟି ଆସିଲା କଳାହାଣ୍ଡିଆ ମେଘ । ଜୋର ବହିଲା ପବନ, ମାରିଲା ବିଜୁଳି ଘଡ଼ଘଡି । ଯିଏ ଯେଉଁଠି ପାରିଲା ସେଇଠି ଅଟକିଗଲା । ଅଦିନିଆ ବର୍ଷା, କାଳବୈଶାଖୀ ମାଡରେ ବ୍ୟବସାୟର ସହର ପୂରା ବୁଡିଗଲା ।

ମୁମବାଇ

Photograph: (Sambad.in)

ମୁମ୍ବାଇ: ଠାତ୍ ଅନ୍ଧାର ହୋଇଗଲା ମୁମ୍ବାଇ । ଘୋଟି ଆସିଲା କଳାହାଣ୍ଡିଆ ମେଘ । ଜୋର ବହିଲା ପବନ, ମାରିଲା ବିଜୁଳି ଘଡ଼ଘଡି । ଯିଏ ଯେଉଁଠି ପାରିଲା ସେଇଠି ଅଟକିଗଲା । ଅଦିନିଆ ବର୍ଷା, କାଳବୈଶାଖୀ ମାଡରେ ବ୍ୟବସାୟର ସହର ପୂରା ବୁଡିଗଲା । ସ୍ଥିତି ଏମିତି ହେଲା ପୂରା ବ୍ୟସ୍ତର ସହରଟା ଅଟକିଲା, ମାୟାନଗରୀରେ ପାଣିର ସୁଅ ଛୁଟିଲା... 

ହଁ ଆଜ୍ଞା ଆଜି ସଂଧ୍ୟାରେ ମୁମ୍ବାଇରେ ସ୍ଥିତି ଠିକ୍ ଏମିତି ହିଁ ଥିଲା । କାଳବୈଶାଖୀର ପ୍ରଭାବରେ ବେହାଲ ହୋଇଛି ମୁମ୍ବାଇ । ବିଭିନ୍ନ ସ୍ଥାନରେ ବର୍ଷା ପାଇଁ ଜଳବନ୍ଦୀ ସମସ୍ୟା ଦେଖା ଦେଇଛି । ଅନ୍ଧେରୀରେ ଡ୍ରେନ ପାଣି ରାସ୍ତାରେ ଲହଡି ଖେଳୁଛି । ଲୋକେ ଆଣ୍ଠୁଏ ନର୍ଦ୍ଦମା ପାଣିରେ ଯାଆସ କରୁଛନ୍ତି । ନଭି ମୁମ୍ବାଇ, ଥାନେ ଆଦି ଅଞ୍ଚଳରେ ବର୍ଷା ପାଇଁ ବେହାଲ ହୋଇଛି ସହର । 

mumbai

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe