ଦିଲ୍ଲୀକୁ ଆଧୁନିକ ରୂପ ଦେଇଥି‌ଲେ

ନୂଆଦିଲ୍ଲୀ: କଂଗ୍ରେସର ଜଣେ ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତ ଦିଲ୍ଲୀରେ ସବୁଠୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ। ଜାତୀୟ ରାଜଧାନୀ ଦିଲ୍ଲୀକୁ ଆଧୁନିକ ରୂପ ଦେବାରେ ଶୀଲାଙ୍କର ବଳିଷ୍ଠ ଅବଦାନ ରହିଛି। ଶୀଲାଙ୍କ ପାଇଁ ରାଜନୀତିର ଅର୍ଥ କେବଳ କ୍ଷମତା ନୁହେଁ ‌ବରଂ ଲୋକମାନଙ୍କ ସହ ଯୋଡ଼ିହେବା। ଏଥିପାଇଁ ସେ ସାଧାରଣ ଲୋକଙ୍କ ମଙ୍ଗଳ ସାଧନ ନିମନ୍ତେ ଦିଲ୍ଲୀକୁ ଆଧୁନିକ ରୂପ ଦେବାପାଇଁ ପାରୁ ପର୍ଯ୍ୟନ୍ତ ଲାଗିଥିଲେ। ଲଗାତାର ୩ଟି କାର୍ଯ୍ୟକାଳରେ ୧୯୯୮ରୁ ୨୦୦୩ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବା ଶୀଲା ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି। ଦିଲ୍ଲୀରେ ସବୁ କ୍ଷେତ୍ରରେ ବିକାଶ ଆଣି ସେ ଏହାକୁ ଏକ ବିଶ୍ବଶ୍ରେଣୀୟ ରାଜଧାନୀରେ ରୂପାନ୍ତରିତ କରିଥିଲେ। ସରକାରୀ ଗମନାଗମନ ‌କ୍ଷେତ୍ରରେ ମଧ୍ୟ ସେ ସବୁଜ ସଂସ୍କାର ଆଣିଥିଲେ। ସିଏନ୍‌ଜି ପାୱାର୍‌ ବସ୍‌ ଆରମ୍ଭ କରି ଶୀଲା ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ କରିବାପାଇଁ ଅଭିଯାନ ଆରମ୍ଭ କରିଥିଲେ। ଦିଲ୍ଲୀରେ ବେଆଇନ ଶିଳ୍ପ ଏବଂ ପ୍ରଦୂଷଣ ସୃଷ୍ଟିକାରୀ ପ୍ରାୟ ୨ ହଜାର ସଂସ୍ଥା ବିରୋଧରେ ଶୀଲା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଦିଲ୍ଲୀ ମେଟ୍ରୋ ପ୍ରକଳ୍ପକୁ ଶୀଲା ତ୍ବରାନ୍ବିତ କରିଥିଲେ। ମେଟ୍ରୋ ନିର୍ମାଣ ଦିଗରେ ରହିଥିବା ପ୍ରତିବନ୍ଧକ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରସ୍ତାବ ସେ କାର୍ଯ୍ୟକାରୀ କରିଥିଲେ।

୨୦୧୦ କମନ୍‌ୱେଲ୍ଥ ଗେମ୍ସ ସମୟରେ ‌ସେ ଦିଲ୍ଲୀକୁ ସମ୍ପୂର୍ଣ୍ଣ ଏକ ନୂଆ ରୂପ ‌ଦେବାର ନେତୃତ୍ବ ନେଇଥିଲେ। ସେ ସମୟରେ ନୂଆ ରାସ୍ତା,ଫ୍ଲାଏଓଭର ନିର୍ମାଣ ସହ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଧୁନିକୀକରଣ କରାଯାଇଥିଲା। ଏହି ସମୟରେ ୩୧ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଦିଲ୍ଲୀରେ ଶୀଲାଙ୍କୁ ରାଜୁତି ୨୦୧୩ରେ ଶେଷ ହୋଇଥିଲା। ୨୦୧୩ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ୍‌ ଶୀଲାଙ୍କୁ ହରାଇଥିଲେ। ଦିଲ୍ଲୀରେ ସମାଜସେବୀ ଆନ୍ନା ହଜାରରେ ଦୁର୍ନୀତି ବିରୋଧୀ ଆନ୍ଦୋଳନ କଂଗ୍ରେସ ପାଇଁ ଘୋର ଅଡ଼ୁଆ ସୃଷ୍ଟି କରିଥିଲା ଏବଂ ଦିଲ୍ଲୀରେ ଶୀଲାଙ୍କ ଶାସନର ଅନ୍ତ ଘଟାଇଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe