Forbes
କିବ୍ : ରୁଷ୍ ଲଗାତାର ଭାବେ ୟୁକ୍ରେନ୍ ରାଜଧାନୀ କିବ୍ ସମେତ ଅନ୍ୟ ପ୍ରମୁଖ ସହର ଉପରେ ଆକ୍ରମଣ ଜାରି ରଖିଛି। ଉତ୍ତର ୟୁକ୍ରେନ୍ ସହର ଚେର୍ନିହିବରେ ଆଜି ସକାଳେ ଅତ୍ୟନ୍ତ ହୃଦୟ ବିଦାୟକ ଘଟଣା ଘଟିଛି। ଚେର୍ନିହିବରେ କିଛି ଲୋକ ବ୍ରେଡ୍ ପାଇଁ ଧାଡ଼ିରେ ଠିଆ ହୋଇଥିବା ସମୟରେ ହଠାତ୍ ରକେଟ୍ ମାଡ଼ ହୋଇଥିଲା। ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଚେର୍ନିହିବକୁ ରୁଷ୍ ସେନା ଘେରି ରହିଛନ୍ତି। ଗତ ଗୋଟିଏ ସପ୍ତାହେ ହେବ ଚେର୍ନିହିବରେ ବୋମାବର୍ଷା ହେଉଛି। ଅନ୍ୟପକ୍ଷେ କିବ୍ ଦଖଲ ପାଇଁ ଲଢ଼େଇ ଜୋରଦାର ହୋଇଛି। କିବ୍ରେ ଭୟଙ୍କର ବୋମାବର୍ଷା ହେଉଛି। ରୁଷ୍ର ବୋମାବର୍ଷା ଯୋଗୁଁ କେନ୍ଦ୍ରୀୟ କିବ୍ରେ ଆଜି ଏକ ୧୨ ମହଲା ବିଶିଷ୍ଠ କୋଠାରେ ନିଆଁ ଲାଗି ଯାଇଛି। ୨ ଜଣ ଆହତ ହୋଇଛନ୍ତି। ମାରିୟୁପୋଲ୍ ସ୍ଥିତି ଅତି ଭୟାନକ ରହିଛି।
କିବ୍, ଚେର୍ନିହିବରେ ଆକ୍ରମଣ ଜାରି
ମାରିୟୁପୋଲ୍ରେ ଅଣାୟତ୍ତ ସ୍ଥିତି
ରୁଷ୍ ଦଖଲରେ ମାରିୟୁପୋଲ୍ ହସ୍ପିଟାଲ୍
ଉପକଣ୍ଠ ଅଞ୍ଚଳରେ ଯୁଦ୍ଧ ଜାହାଜରୁ ରୁଷ୍ର ବୋମାମାଡ଼
ମାରିୟୁପୋଲ୍ର ଏକ ହସ୍ପିଟାଲ୍ ଏବେ ରୁଷ୍ ଦଖଲରେ ରହିଛି। ଉଭୟ ଡାକ୍ତର ଏବଂ ରୋଗୀ ନିଜ ଇଚ୍ଛା ବିରୋଧରେ ହସ୍ପିଟାଲ୍ରେ ଫସି ରହିଛନ୍ତି। ଲଗାତାର ଆକ୍ରମଣ କରି ରୁଷ୍ ମାରିୟୁପୋଲ୍କୁ ପ୍ରାୟ ଧ୍ବଂସ କରି ସାରିଛି। ୩ ଲକ୍ଷରୁ ଅଧିକ ଲୋକ ମାରିୟୁପୋଲ୍ରେ ଫସି ରହିଛନ୍ତି ଏବଂ ୨୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ବିନା ଖାଦ୍ୟ ଏବଂ ବିନା ପାଣିାରେ ମାରିୟୁପୋଲ୍ର ଲୋକମାନେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ମଙ୍ଗଳବାର ଦିନ ପ୍ରାୟ ୨୯ ହଜାର ଲୋକଙ୍କୁ ଉଦ୍ଧାର କରିଡର୍ ଦ୍ବାରା ଖାଲି କରାଯାଇଛି। ୨୦ ହଜାରରୁ ଅଧିକ ମାରିୟୁପୋଲ୍ ଛାଡ଼ିଛନ୍ତି। ଅନ୍ୟପକ୍ଷେ ଆଜି ଖେରସନ୍ରେ ୟୁକ୍ରେନ୍ ସେନା ରୁଷ୍ ସେନାର ୩ଟି ହେଲିକପ୍ଟର ଧ୍ବଂସ କରିଦେଇଛନ୍ତି। ୟୁକ୍ରେନ୍ର ସ୍କାଡୋଭସ୍କ ସହର ମେୟରଙ୍କୁ ରୁଷ୍ ଅପହରଣ କରିଛି ବୋଲି ୟୁକ୍ରେନ୍ ଦାବି କରୁଛି।
Follow Us