ଲାଞ୍ଜେରି, ମଦ, ବାହାଘର ଜୋତା ସମେତ ଜାନୁଆରି ୧ରୁ ଦେଶର ବହୁ ଏୟାର୍‌ପୋର୍ଟରେ ପଡ଼ିରହିଛି ହଜିଥିବା କୋଟି କୋଟି ଟଙ୍କା ମୂଲ୍ୟର ୪, ୬୮୯ଟି ସାମଗ୍ରୀ

Advertisment
ଲାଞ୍ଜେରି, ମଦ, ବାହାଘର ଜୋତା ସମେତ ଜାନୁଆରି ୧ରୁ ଦେଶର ବହୁ ଏୟାର୍‌ପୋର୍ଟରେ ପଡ଼ିରହିଛି ହଜିଥିବା କୋଟି କୋଟି ଟଙ୍କା ମୂଲ୍ୟର ୪, ୬୮୯ଟି ସାମଗ୍ରୀ

Image Courtesy of The Times of India

ଲକ୍ଷ୍ନୌ: ଲେସ୍‌ କାମ ହୋଇଥିବା ଲାଞ୍ଜେରି ଓ ହାତକଡ଼ି ଠାରୁ ଆରମ୍ଭ କରି ଡିଜାଇନ୍‌ କରା ବାହାଘର ଜୋତା, ମଦ ବୋତଲ ଭଳି କୋଟି କୋଟି ଟଙ୍କା ମୂଲ୍ୟର ନାନାବିଧ ସାମଗ୍ରୀ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରେ ପଡ଼ିରହିଛି। ଜାନୁଆରି ୧ ତାରିଖ ଠାରୁ ସମଗ୍ର ଦେଶର ବିମାନ ବନ୍ଦର ଟର୍ମିନାଲ୍ କିଂବା ବିମାନ ମଧ୍ୟରୁ ଏହି ଭଳି ୪, ୬୮୯ଟି ସାମଗ୍ରୀ ମିଳିଛି ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ।

ଦୃଷ୍ଟାନ୍ତସ୍ବରୂପ, ଶୁକ୍ରବାର ଦିନ ଜୟପୁରର ଜଣେ ବିମାନ ବନ୍ଦର କର୍ମଚାରୀ ନର୍‌ୱେୟୀୟ ଆନ୍ତର୍ଜାତିକ ବ୍ରାଣ୍ଡ୍‌ର ଗୋଟାଏ ଅନ୍ତଃର୍ବାସ ପାଇଛନ୍ତି। ଅଳ୍ପ କିଛି ଦିନ ତଳେ କୋଲ୍‌କାତା ଏୟାର୍‌ପୋର୍ଟର ଜଣେ କର୍ମଚାରୀ ବିଦେଶୀ ଲେଦର୍‌ ଜାକେଟ୍, ପାରମ୍ପରିକ କୁର୍ତ୍ତା ଏବଂ କସ୍‌ମେଟିକ୍ ଆଦି ପାଇଥିଲେ।

ସେମିତି ଅଳ୍ପ କିଛି ସପ୍ତାହ ତଳେ, ଭୁବନେଶ୍ବରରେ ଏୟାର୍‌ପୋର୍ଟ କର୍ମଚାରୀମାନେ ବରର ଜୋତା ପାଇଥିବା ବେଳେ ଚେନ୍ନାଇ ବିମାନ ବନ୍ଦର କର୍ମଚାରୀମାନେ ମଦ କ୍ରେଟ୍‌, ସିଗାରେଟ୍‌, ହାତକଡ଼ି ଏବଂ ଲେଜର୍‌ ଲାଇଟ୍‌ ବ୍ୟତିରେକେ ‌ଗୋଟାଏ ଗିତାର ପାଇଛନ୍ତି। ଗୌହାଟି ବିମାନ ବନ୍ଦରରୁ କର୍ମଚାରୀମାନେ ସେନା ୟୁନିଫର୍ମ, କମ୍ପାସ୍ ଓ ସର୍ଜିକାଲ୍ ଗାଉନ୍ ପାଇଛନ୍ତି। ଲକ୍ଷ୍ନୌର ଆମୌସି ବିମାନ ବନ୍ଦରରୁ ନିକଟରେ ହଳେ ଦୂରବିନ୍‌ ମିଳିଛି।

publive-image Image Courtesy of What to Pack.com

ସେ ଯାହାହେଉନା କାହିଁକି, ବିମାନ ବନ୍ଦରରୁ ସବୁଠୁ ଅଧିକ ମିଳୁଥିବା ସାମଗ୍ରୀଗୁଡ଼ିକ ହେଉଛି ମୋବାଇଲ୍‌ ଫୋନ୍, ପାୱାର୍‌ବ୍ୟାଙ୍କ୍‌, ଲ୍ୟାପ୍‌ଟପ୍, ଇୟର୍‌ଫୋନ୍‌, ହାତଘଣ୍ଟା, ଡାଟା କେବଲ୍‌, ୱାଇ-ଫାଇ ଡଙ୍ଗଲ୍‌, ଟ୍ରିମର୍, ଥର୍ମୋମିଟର୍, ଟ୍ରଲି ବ୍ୟାଗ୍, ପର୍ସ, ପାଉଁଜି, ମୁଦି, ଛତା, ବ୍ୟାଟ୍, ବ୍ୟାଡ୍‌ମିଣ୍ଟନ୍, ପ୍ରେସର୍ କୁକର, ଇନ୍‌ସୁଲିନ୍, ଲଞ୍ଜ୍ ବକ୍ସ, ସାମ୍ପୁ, ସ୍ଲିପିଙ୍ଗ୍‌ ବ୍ୟାଗ୍ ଓ କାର୍ ଚାବି।

ଗଣମାଧ୍ୟମକୁ ଆମୌସି ବିମାନ ବନ୍ଦରର ସହକାରୀ ସାଧାରଣ ପରିଚାଳକ (ଅପରେସନ୍) ନୀତିନ୍ କାଦିୟାନ୍ କହିଛନ୍ତି, ପଚନଶାଳୀ ସାମଗ୍ରୀଗୁଡ଼ିକୁ ଆମେ ୪୮ ଘଣ୍ଟା ପାଇଁ ରଖିବା ପରେ ଫିଙ୍ଗିଦେଉ। ମିଳୁଥିବା ଅନ୍ୟାନ୍ୟ ସାମଗ୍ରୀ ମିଳିବା ଦିନ ଠାରୁ ୯୦ ଦିନ ପର୍ଯ୍ୟନ୍ତ ରଖିଥାଉ। ଉକ୍ତ ସମୟ ସୀମା ମଧ୍ୟରେ ଯଦି ସେ ସବୁ ସାମଗ୍ରୀର ମାଲିକ ନିଜର ଦାବି ନ ଜଣାନ୍ତି କି, ନ ଆସନ୍ତି ସରକାରୀ ମାର୍ଗଦର୍ଶିକା ଅନୁସାରେ ଆମେ ସେ ସବୁକୁ ନିଲାମ କରିଦେଉ।

‘ଏଏଆଇ’ ଗାଇଡ୍‌ଲାଇନ୍ ଅନୁସାରେ, ହୃତ୍‌ସମ୍ପଦ ଦାବି କରିବାକୁ ତା’ର ମାଲିକଙ୍କୁ ବୋର୍ଡିଙ୍ଗ୍ ପାସ୍‌/ ବିମାନଯାତ୍ରାର ପ୍ରମାଣ ଏବଂ ଦାବି କରୁଥିବା ସାମଗ୍ରୀର ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦାନ କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe