ଜାକର୍ତା: ରାଜଧାନୀ ଜାକର୍ତାରୁ ସୁମାତ୍ରା ଦ୍ୱୀପ ଠୁ ଦୂରରେ ଅବସ୍ଥିତ ପାଙ୍ଗ୍କଲ୍ ପିନାଙ୍ଗ୍ ସହର ଅଭିମୁଖେ ୧୮୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ଦୁର୍ଘଟନାଗ୍ରସ୍ତ ହୋଇ ସମୁଦ୍ରରେ ଖସି ପଡ଼ିଥିବା କଥା ସୋମବାର ଦିନ ଇଣ୍ଡୋନେସିଆର ସର୍ଚ ଆଣ୍ଡ୍ ରେସ୍କ୍ୟୁ ଏଜେନ୍ସି କହିଛି।
ଲାୟନ୍ ଏୟାର୍ ପ୍ଲେନ୍ର ଅବସ୍ଥା ସଂକ୍ରାନ୍ତରେ ପଚରା ଯିବାରୁ ଏଜେନ୍ସିର ମୁଖପାତ୍ର ୟୁସୁଫ୍ ଲତିଫ୍ ଏକ ଟେକ୍ସ୍ଟ୍ରେ କହିଛନ୍ତି: ବିମାନଟି ଦୁର୍ଘଟନାଗ୍ରସ୍ତ ହୋଇଥିବା ନିଶ୍ଚିତ।
ସ୍ଥାନୀୟ ସମୟ ସୋମବାର ୬: ୨୦ରେ ଉଡ଼ାଣ ଆରମ୍ଭ କରିବାର ୧୩ ମିନିଟ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିବା କଥା ଜଣେ ଅଧିକାରୀ କହିଛନ୍ତି। ଏୟାର୍ ଟ୍ରାକିଙ୍ଗ୍ ସର୍ଭିସ୍ ଫ୍ଲାଇଟ୍ରାଡର୍ ୨୪ କହିଛି: ଜେଟ୍ଟି ଥିଲା ବୋଇଙ୍ଗ୍ ୭୩୭ ମ୍ୟାକ୍ସ୍ ୮ ଏବଂ ସମ୍ପୂର୍ଣ୍ଣ ନୂଆ।
ଲାୟନ୍ ଏୟାର୍ ଗ୍ରୁପ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଏଡ୍ଓ୍ଵାର୍ଡ ସିରାଇତ୍ କହନ୍ତି: ଏବେ ଆମେ କୌଣସି ବିବୃତି ଦେଇ ପାରିବୁ ନାହିଁ। ଆମେ ସମସ୍ତ ସୂଚନା ଓ ତଥ୍ୟ ଯୋଗାଡ଼ରେ ଲାଗିପଡ଼ିଛୁ।
ଲାୟନ୍ ଏୟାର୍ ଗ୍ରୁପ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଏଡ୍ଓ୍ଵାର୍ଡ ସିରାଇତ୍ କହନ୍ତି: ଏବେ ଆମେ କୌଣସି ବିବୃତି ଦେଇ ପାରିବୁ ନାହିଁ। ଆମେ ସମସ୍ତ ସୂଚନା ଓ ତଥ୍ୟ ଯୋଗାଡ଼ରେ ଲାଗିପଡ଼ିଛୁ।
ସାମ୍ବାଦିକ ସମ୍ମିଳନୀରେ ଅଧିକାରୀମାନେ କହିଛନ୍ତି: ବିମାନରେ ୧୭୮ ପ୍ରାପ୍ତ ବୟସ୍କ, ଗୋଟିଏ କୋଳଛୁଆ ଏବଂ ୨ ଜଣ ଶିଶୁ, ୨ ପାଇଲଟ୍ ଏବଂ ୫ ଜଣ ପରିଚାରକ ଥିଲେ।
ଇଣ୍ଡୋନେସିଆ ବିପର୍ଯ୍ୟୟ ଏଜେନ୍ସିର ମୁଖ୍ୟ ସୁତୋପୋ ପୁର୍ଓ୍ଵ ନୁଗ୍ରୋହୋ ଟୁଇଟ୍ କରିଥିବା ବିମାନର ଭଗ୍ନାଂଶ ଚିତ୍ରାବଳୀରେ ବିମାନଯାତ୍ରୀମାନେ ସାଙ୍ଗରେ ନେଇଥିବା ଜିନିଷପତ୍ର ଦେଖାଯାଉଛି।
ପାଣିରେ ବିମାନର ଭଗ୍ନାବଶେଷ ଭାସୁଥିବାର ଚିତ୍ର ମଧ୍ୟ ସେ ସେୟାର୍ କରିଥିବା ଏକ ଭିଡ଼ିଓରେ ଦେଖାଯାଉଛି।
ଦୁର୍ଘଟନାଗ୍ରସ୍ତ ବିମାନରେ କୌଣସି ଯାତ୍ରୀ ବଞ୍ଚିଥିବା ଜଣାପଡୁନାହିଁ ବୋଲି ବିଭିନ୍ନ ସମ୍ବାଦ ସରବରାହ ସଂସ୍ଥା କହୁଛନ୍ତି।
Follow Us