କୋଲକାତା: ୨୫ହଜାର ଦେଇ ଟିକେଟ୍ କିଣିଥିଲେ। ହେଲେ ଭଲ କରି ମେସିଙ୍କୁ ଦେଖିପାରିଲେନି ପ୍ରଶଂସକ। ଆଜି କୋଲକାତାରେ ଆୟୋଜିତ ଲିଓନେଲ ମେସିଙ୍କ G.O.A.T. ଟୁର୍ ଇଭେଣ୍ଟ ଅଧିକାଂଶ ପ୍ରଶଂସକଙ୍କୁ କ୍ରୋଧିତ କରିଛି। କାରଣ ସେମାନେ ଆର୍ଜେଣ୍ଟିନାର ଏହି ମହାନ ଫୁଟବଲ୍ ଖେଳାଳିଙ୍କ ଝଲକ ଟିକେ ଦେଖିପାରିଲେ ନାହିଁ। ସଲ୍ଟ ଲେକ୍ ଷ୍ଟାଡିୟମ୍ରେ ହୋଇଥିବା ଏହି ଇଭେଣ୍ଟ ପାଇଁ ୫,୦୦୦ ଟଙ୍କାରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ମୋଟା ଅଙ୍କର ଅର୍ଥ ଦେବା ସତ୍ତ୍ୱେ, ଅନେକ ପ୍ରଶଂସକ ଦାବି କରିଛନ୍ତି ଯେ, ସେମାନେ ଫୁଟବଲ୍ କିମ୍ବଦନ୍ତୀଙ୍କୁ ଠିକ୍ ଭାବରେ ଦେଖିପାରିଲେ ନାହିଁ। ମେସି ସକାଳ ୧୧:୧୫ରେ ଭେନ୍ୟୁରେ ପହଞ୍ଚିଥିଲେ। କିନ୍ତୁ ଶୀଘ୍ର ଷ୍ଟାଡିୟମ୍ ଛାଡି ଚାଲିଯାଇଥିଲେ। ଜଣେ ପ୍ରଶଂସକ ଏହି କାର୍ଯ୍ୟକ୍ରମକୁ "ସମ୍ପୂର୍ଣ୍ଣ ଅପମାନ" ବୋଲି କହିଥିଲେ କାରଣ ମେସି ଷ୍ଟାଡିୟମ୍ ପୂରା ବୁଲି ଦେଖି ନଥିଲେ।
Messi’s brief 5-minute appearance sparked chaos at Salt Lake Stadium, West Bengal as angry fans turned violent, throwing bottles, belts, chairs and vandalising hoardings.#Messi𓃵#GOAT#MessiInIndia
— Sarcasm (@sarcastic_us) December 13, 2025
pic.twitter.com/PwRzP7BDeD
୫ମିନିଟ୍ ରହି ଚାଲିଯାଇଥିଲେ
କିଛି ଲୋକ ଦାବି କରିଛନ୍ତି ଯେ, ମେସି ମାତ୍ର ୫ମିନିଟ୍ ପାଇଁ ଷ୍ଟାଡିୟମରେ ରହିଥିବା ବେଳେ ସେଠାରୁ ଚାଲିଯାଇଥିଲେ। ଏହା ଫଳରେ ତାଙ୍କୁ ଦେଖିବା ପାଇଁ ଚାତକ ପରି ଅନାଇ ବସିଥିବା ପ୍ରଶଂସକ ନିରାଶ ହୋଇଥିଲେ। ମୋଟା ଅଙ୍କର ଟଙ୍କା ଦେଇ ଟିକେଟ୍ କିଣିବା ପରେ ଏବେ ସେମାନେ ଅନୁତାପ କରୁଥିବା କହିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ମେସି କୋଲକାତାରେ ପହଞ୍ଚିବା ପରେ ତାଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ଲମ୍ବା ଲାଇନ୍ ଲାଗିଥିଲା। ଅଧିକ ରାତି ହୋଇଯାଇଥିଲେ ବି ପ୍ରଶଂସକ ତାଙ୍କ ପାଇଁ ଅପେକ୍ଷା କରି ରହିଥିଲେ।
ଆହୁରି ପଢ଼ନ୍ତୁ: Pakistan Brings Back Sanskrit: ବିଭାଜନ ପରେ ପ୍ରଥମ ଥର ପିଲାଙ୍କୁ ପଢ଼ାଯିବ ସଂସ୍କୃତ, ଖୁବଶୀଘ୍ର ଗୀତା-ମହାଭାରତ ବିଷୟରେ ପଢ଼ିବେ ପାକିସ୍ତାନୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/12/13/lionel-messi-2025-12-13-12-41-48.jpg)