ଇସଲାମାବାଦ: ବିଭାଜନ ପରେ ପ୍ରଥମ ଥର ପିଲାଙ୍କୁ ପଢ଼ାଯିବ ସଂସ୍କୃତ। ଖୁବଶୀଘ୍ର ଗୀତା-ମହାଭାରତ ବିଷୟରେ ପଢ଼ିବେ ପାକିସ୍ତାନୀ। ଦେଶ ବିଭାଜନ ପରେ ପ୍ରଥମ ଥର ପାଇଁ, ପାକିସ୍ତାନର ପାଠ୍ୟକ୍ରମରେ ସଂସ୍କୃତ ଭାଷାକୁ ସାମିଲ କରାଯାଇଛି। Lahore University of Management Sciences (LUMS) ଏହି ଶାସ୍ତ୍ରୀୟ ଭାଷାରେ ଏକ ୪-କ୍ରେଡିଟ୍ ପାଠ୍ୟକ୍ରମ(ସପ୍ତାହରେ ୪ଘଣ୍ଟା ସଂସ୍କୃତ ପଢ଼ା) ଆରମ୍ଭ କରିଛି। ତିନି ମାସର ସପ୍ତାହାନ୍ତ କର୍ମଶାଳା ପରେ ଏହି ନିଷ୍ପତ୍ତି ନିଆଯାଇଛି। କର୍ମଶାଳାରେ ଛାତ୍ରଛାତ୍ରୀମାନେ ଏବଂ ବିଦ୍ୱାନମାନେ ସଂସ୍କୃତକୁ ପସନ୍ଦ କରିବାରୁ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପାଠ୍ୟକ୍ରମର ଏକ ଅଂଶ ଭାବରେ, ଛାତ୍ରଛାତ୍ରୀମାନଙ୍କୁ ମହାଭାରତ ଟେଲିଭିଜନ ଧାରାବାହିକର ସଙ୍ଗୀତ "ହୈ କଥା ସଂଗ୍ରାମ କି" ର ଉର୍ଦ୍ଦୁ ସଂସ୍କରଣ ପଢ଼ାଯାଉଛି।
ଗୁରମଣି ସେଣ୍ଟରର ନିର୍ଦ୍ଦେଶକ ଡକ୍ଟର ଅଲି ଉସମାନ କାସମି ଦି ଟ୍ରିବ୍ୟୁନକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ପାକିସ୍ତାନର ପଞ୍ଜାବ ବିଶ୍ୱବିଦ୍ୟାଳୟ ପାଠାଗାରରେ ସବୁଠାରୁ ଧନୀ କିନ୍ତୁ ସବୁଠାରୁ ଅବହେଳିତ ସଂସ୍କୃତ ଅଭିଲେଖାଗାର ରହିଛି। ୧୯୩୦ ଦଶକରେ ବିଦ୍ୱାନ ଜେସିଆର ୱୁଲନରଙ୍କ ଦ୍ୱାରା ସଂସ୍କୃତ ତାଳପତ୍ର ପାଣ୍ଡୁଲିପିର ଏକ ଗୁରୁତ୍ୱପୂର୍ଣ୍ଣ ସଂଗ୍ରହ ତାଲିକାଭୁକ୍ତ କରାଯାଇଥିଲା, କିନ୍ତୁ ୧୯୪୭ ପରଠାରୁ କୌଣସି ପାକିସ୍ତାନୀ ଶିକ୍ଷାବିତ୍ ଏହି ସଂଗ୍ରହ ସହିତ ଜଡିତ ହୋଇନାହାଁନ୍ତି। କେବଳ ବିଦେଶୀ ଗବେଷକ ଏହାକୁ ବ୍ୟବହାର କରନ୍ତି। ପାକିସ୍ତାନୀ ବିଦ୍ୱାନମାନଙ୍କୁ ତାଲିମ ଦେବା ଦ୍ୱାରା ଏଥିରେ ପରିବର୍ତ୍ତନ ହେବ" ବୋଲି ସେ କହିଛନ୍ତି।
ମହାଭାରତ ଏବଂ ଭଗବଦ୍ ଗୀତା ପଢ଼ିବେ ପାକିସ୍ତାନୀ
ଏହା ସହ ସେ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ମହାଭାରତ ଏବଂ ଭଗବଦ୍ ଗୀତା ଉପରେ ଆଗାମୀ ପାଠ୍ୟକ୍ରମ ଆରମ୍ଭ କରିବ। ୧୦-୧୫ ବର୍ଷ ମଧ୍ୟରେ, ଆମେ ଗୀତା ଏବଂ ମହାଭାରତର ପାକିସ୍ତାନ-ଭିତ୍ତିକ ବିଦ୍ୱାନମାନଙ୍କୁ ଦେଖିପାରିବା।"
ଆହୁରି ପଢ଼ନ୍ତୁ: Trump tariff: ଭାରତ ଉପରେ ଟ୍ରମ୍ପଙ୍କ ଶୁଳ୍କ ମାଡ଼ ଆମେରିକାକୁ ଅଧିକ ପ୍ରଭାବିତ କରିଛି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/12/13/gita-2025-12-13-12-05-16.jpg)