ଜଳେଶ୍ଵର: ଜଳେଶ୍ଵର ପୌରପାଳିକା ତରଫରୁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ଗଠିତ ଏକ ଏନଫୋର୍ସମେଣ୍ଟ ଟିମ୍ ଜଳେଶ୍ଵର ସହରର କେନ୍ଦ୍ର ସ୍ଥଳରେ ଥିବା ଥାନା ବଜାର ମାଛ ମାର୍କେଟ ଉପରେ ଚଢ଼ାଉ କରାଯାଇଛି। ଚଢାଉ ସମୟରେ ବ୍ୟବସାୟୀମାନେ କିପରି ଗ୍ରାହକ ମାନଙ୍କୁ ବର୍ଷ ବର୍ଷ ଧରି ଓଜନରେ ଠକେଇ କରୁଥିଲେ,ସ୍ବାସ୍ଥ୍ୟ ପାଇଁ ହାନିକାରକ ରଙ୍ଗ ବୋଳା,କେମିକାଲ ମିଶା ମାଛ ବିକ୍ରି କରୁଥିଲେ ସେହି ଗୁମର ପଦାକୁ ଆସିଛି।

Advertisment

ବିବରଣୀରୁ ପ୍ରକାଶ ଯେ ଜଳେଶ୍ଵର ଥାନା ବଜାର ମାଛ ବଜାର ଉତ୍ତର ବାଲେଶ୍ଵରର ଏକ ପ୍ରମୁଖ ବ୍ୟସ୍ତବହୁଳ ମାଛ ବଜାର ଅଟେ। ପ୍ରତିଦିନ ହଜାର ହଜାର ଲୋକେ ଏହି ମାଛ ବଜାର ଉପରେ ଲୋକେ ନିର୍ଭର କରିଥାନ୍ତି। କିନ୍ତୁ ଏହି ବଜାରରେ ମାଛ ବିକ୍ରି ସମୟରେ ନିୟମିତ ଭାବେ ଓଜନରେ ଠକାମୀ କରାଯାଉଥିବା, ମାଛକୁ ସତେଜ ରଖିବା ଓ ଗ୍ରାହକଙ୍କ ମନ କିଣିବା ପାଇଁ ରଙ୍ଗ ବୋଳା ତଥା କେମିକାଲ ବୋଳା ମାଛ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା।

ଆହୁରି ପଢ଼ନ୍ତୁ Mokim: ମୋକିମ୍‌ଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ: ଭକ୍ତଙ୍କ ସହିତ ରାହୁଲ ଓ ଖଡ଼୍‌ଗେଙ୍କ ଆଲୋଚନା

ଅଭିଯୋଗ ଆଧାରରେ ଏହି ଅନିୟମିତତାକୁ ନିୟନ୍ତ୍ରଣରେ ଆଣିବାକୁ ଅଥବା ରୋକ ଲଗାଇବାକୁ ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା।ଏହି ଟିମ୍ ଜଳେଶ୍ୱର ଥାନା ବଜାରର ଏହି ମାଛ ମାର୍କେଟ ଉପରେ ଚଢାଉ କରିଥିଲା । ଟିମ୍ ର ନେତୃତ୍ବ ଜଳେଶ୍ଵର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂ ନେଇଥିବା ବେଳେ ଜଳେଶ୍ବର ଆଇଆଇସି ଅଶୋକ ବାରିକ,ଖାଦ୍ୟ ନିରାପତ୍ତା ଅଧିକାରୀ ଶଶିକାନ୍ତ ବେହେରା, ଓଜନ ଓ ପରିମାପ ବିଭାଗର ଇନ୍ସପେକ୍ଟର ଚିନ୍ମୟ କୁମାର ଜେନା, ଓଜନ ଓ ପରିମାପ ବିଭାଗ ବାଲେଶ୍ଵର ସ୍ଥିତ ଏନଫୋର୍ସମେଣ୍ଟ ଅଫିସର ବୁଦ୍ଧେନ୍ଦୁ ସିଦ୍ଧେଶ୍ୱର ଲେଙ୍କା ତଥା ପୌରପାଳିକାର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

୫ ହଜାର ଟଙ୍କା ଜରିମାନା ଆଦାୟ

ଆହୁରି ପଢ଼ନ୍ତୁ Indian Railways: ତାଳଚେର-ବିମଳାଗଡ଼ ନୂତନ ରେଳପଥର ୩୪କିମି ସେକ୍ସନ କାର୍ଯ୍ୟକ୍ଷମ

୫ ଜଣ ବ୍ୟବସାୟୀ ବ୍ୟାପକ ଅନିୟମିତତା କରୁଥିବା ଧରା ପଡ଼ିବାରୁ ସେମାନଙ୍କ ଠାରୁ ଜରିମାନା ଆକାରରେ ୫ ହଜାର ଟଙ୍କା ଆଦାୟ କରାଯାଇଥିଲା। ସେହିପରି ଅନ୍ୟ ବ୍ୟବସାୟୀ ମାନଙ୍କୁ ଟ୍ରେଡ ଲାଇସେନ୍ସ ନେବା,ଓଜନ ଓ ପରିମାପ ବିଭାଗରୁ ଦୋକାନର ବଟକରା ପଞ୍ଜିକରଣ କରିବାକୁ ନୋଟିସ ଦିଆଯାଇଥିଲା।ଆଜିର ଏହି ଚଢାଉ ପରେ ମାଛ ବ୍ୟବସାୟୀ ଙ୍କ ମଧ୍ୟରେ ଛାନିଆ ପଶିଛି। ଏପରି ଚଢ଼ାଉ ନିୟମିତ ହେବ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସିଂ ସୂଚନା ଦେଇଛନ୍ତି।