ପୁଲିସ ପାଖରେ ଥିବା ଆଇଏଏସ ଦମ୍ପତିଙ୍କ ମୃତ ଝିଅର ସୁଇସାଇଡ ନୋଟରେ ଉ‌‌‌ଲ୍ଲେଖ ଅଛି ଏଭଳି କଥା...

Advertisment
ପୁଲିସ ପାଖରେ ଥିବା ଆଇଏଏସ ଦମ୍ପତିଙ୍କ ମୃତ ଝିଅର ସୁଇସାଇଡ ନୋଟରେ ଉ‌‌‌ଲ୍ଲେଖ ଅଛି ଏଭଳି କଥା...

ମୁମ୍ବାଇ: ମହାରାଷ୍ଟ୍ରର ଆଇଏଏସ ବିକାଶ ଓ ରାଧିକା ରାସ୍ତୋଗୀଙ୍କ ଝିଅ ଲିପି ବାଲକୋନିରୁ ଡେଇଁ ଜୀବନ ହାରି ଦେଇଥିବାର ଦୁଃଖଦ ଘଟଣା ଗତସୋମବାର ସାମ୍ନାକୁ ଆସିଥିଲା। ମୃତକଙ୍କ ନାମ ଲିପି ରାସ୍ତୋଗୀ । ଯିଏକି ଓକିଲାତି ପାଠ ପଢ଼ୁଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ମୁମ୍ବାଇ ପୁଲିସ ନିକଟରେ ଲିପିଙ୍କ ସୁଇସାଇଡ଼ ନୋଟ ରହିଛି। ଏହି ନୋଟଟି ସାତପୃଷ୍ଠାର ରହିଥିବା କୁହାଯାଉଛି। ଏହି ନୋଟରେ ଲିପି ଗୋଟିଗୋଟି କରି ସମସ୍ତ କଥାକୁ ଉଲ୍ଲେଖ କରିଛନ୍ତି।

ଏହି ନୋଟରେ ଲିପି ଶେଷଥର ପାଇଁ ତାଙ୍କ ବାପା ଓ ମା’ଙ୍କୁ ଆଲିଙ୍ଗନ କରିବାକୁ ଚାହିଁଥିବା ବି ଲେଖିଛନ୍ତି।  ନୃତ୍ୟ କ୍ଲାସରେ ନାମ ‌ଲେଖାଇ ଦେଇଥିବାରୁ ସେ ଚିଠିରେ ମା’ ରାଧିକାଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହିତ ମୃତ୍ୟୁ ପରେ ତାଙ୍କ ବାପା ଓ ମା’ଙ୍କୁ ହଇରାଣ ନକରିବାକୁ ଲିପି ଏହି ଚିଠିରେ ଲେଖି ଯାଇଛନ୍ତି।

୨୦୨୦ରେ ଲିପି ଚାକିରି ଛାଡ଼ି ଆଇନ ପାଠପଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ ମୁମ୍ବାଇର କୌଣସି ଆଇନ କଲେଜରେ ନାମ ନଲେଖାଇ ହରିୟାଣା ସୋନିପତସ୍ଥିତ ଓପି ଜିନ୍ଦଲ ଗ୍ଲୋବଲ ୟୁନିଭର୍ସିଟିରେ ନାମ ଲେଖାଇଥିଲେ। ଏହାପରେ ସେ ଆଇନ ପାଠପଢ଼ା ଜାରି ରଖିଥିବା ବେଳେ ପରୀକ୍ଷାରେ ଭଲ ନମ୍ବର ଆସି ନଥିବାରୁ ଚିନ୍ତାରେ ପଡ଼ିଯାଇଥିଲେ। କିଛିଦିନ ପୂର୍ବରୁ ସେ ତାଙ୍କ ବାପା ବିକାଶ ଓ ମା’ ରାଧିକାଙ୍କ ପାଖକୁ ଯାଇ ଚିନ୍ତାର କାରଣ ଜଣାଇଥିଲେ।

ଲିପି ଜୀବନ ହାରିବା ଘଟଣାର ପ୍ରାଥମିକ ଯାଞ୍ଚରୁ ପୁଲିସ କହିଛି, ଲିପି ଚିନ୍ତାରେ ରହୁଥିଲେ। ଏକଥା ତାଙ୍କ ବାପା ଓ ମା’ ବି ଜାଣିଥିଲେ। ତେଣୁ ଚିକିତ୍ସା ପାଇଁ ଲିପିଙ୍କୁ ନେଇ ତାଙ୍କ ବାପା ବିକାଶ ହରିୟାଣାସ୍ଥିତ ସୋନିପଥର ଜଣେ କାଉନସିଲରଙ୍କ ପାଖକୁ ଯାଇଥିଲେ। କାରଣ ଲିପି ଅନେକଥର ଜୀବନ ହାରିବ‌ା ପାଇଁ ଉଦ୍ୟମ କରିଥିଲେ। ଏହି କାରଣରୁ କାଉନସିଲର ଲିପିଙ୍କ କ୍ରମାଗତ ଚିକିତ୍ସା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe