ଦିଲ୍ଲୀରେ ଅକ୍ଟୋବର ୩୦ରେ ମଦ ସମ୍ପୂର୍ଣ୍ଣ ନିଷିଦ୍ଧ

Advertisment
ରାଜଧାନୀରେ ନିଶା ନେଲା ଜୀବନ, ରଡ୍‌ରେ ପିଟିପିଟି ସହଯୋଗୀକୁ ହତ୍ୟା

haryana.punjabkesari.in

ନୂଆଦିଲ୍ଲୀ : ଛଟ୍‌ ପୂଜା ପାଇଁ ଦିଲ୍ଲୀରେ ଆସନ୍ତା ଅକ୍ଟୋବର ୩୦ ତାରିଖରେ ସମ୍ପୂର୍ଣ୍ଣ ମଦ ନିଷିଦ୍ଧ ହେବ। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଆଜି ଏହି ଘୋଷଣା କରିଛନ୍ତି। ବିଜେପିର ଦିଲ୍ଲୀ ମୁଖ୍ୟ ଆଦେଶ ଗୁପ୍ତା କହିଥିଲେ, ଛଟ୍‌ ପୂଜା ଅବସରରେ ‘ଡ୍ରାଏ ଡେ’ ଘୋଷଣା ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖିଥିଲା। ତେବେ ଉପରାଜ୍ୟପାଳ ସାକ୍ସେନା ଅକ୍ଟୋବର ୩୦ରୁ ‘ଡ୍ରାଏ ଡେ’ (ସମ୍ପୂର୍ଣ୍ଣ ମଦ ନିଷିଦ୍ଧ) ଘୋଷଣା କରିବାପରେ ଗୁପ୍ତା ଉପରାଜ୍ୟପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗୁପ୍ତା କହିଛନ୍ତି, ପୂର୍ବାଞ୍ଚଳ ଲୋକଙ୍କ ପାଇଁ ଏହା ଏକ ବିଜୟର ମୁହୂର୍ତ୍ତ।

ଉଲ୍ଲେଖଯୋଗ୍ୟ, ବୁଧବାର ଦିନ ଦିଲ୍ଲୀ କଂଗ୍ରେସ ମଧ୍ୟ ଛଟ୍‌ ପୂଜା ଅବସରରେ ଦିଲ୍ଲୀରେ ସମ୍ପୂର୍ଣ୍ଣ ମଦ ନିଷିଦ୍ଧ ପାଇଁ ଦାବି କରିଥିଲା। ଆସନ୍ତା ଅକ୍ଟୋବର ୩୦ ଏବଂ ୩୧ରେ ଛଟ୍‌ ପୂଜା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe