ମଦମୁକ୍ତ ରାଜ୍ୟ ବିହାରରେ ଥାନା ଭିତରେ ଲିକର ପାର୍ଟି, ୨ ପୁଲିସଙ୍କ ସମେତ ୭ ଗିରଫ

ମଦମୁକ୍ତ ରାଜ୍ୟ ବିହାରରେ ଥାନା ଭିତରେ ଲିକର ପାର୍ଟି, ୨ ପୁଲିସଙ୍କ  ସମେତ ୭ ଗିରଫ

india Today

ପାଟନା‌ : ବିହାର ଏକ ମଦମୁକ୍ତ ରାଜ୍ୟ। ଏଠାରେ ମଦ ନିଷିଦ୍ଧ। କିନ୍ତୁ ମଦମୁକ୍ତ ରାଜ୍ୟରେ ଥାନା ଭିତରେ ଲିକର୍‌ ପାର୍ଟି ଚାଲିଛି। ପାଟନା ଅଧୀନସ୍ଥ ପାଲିଗଂଜରେ ଏକ ଅବକାରୀ ଥାନାରେ ଗୁରୁବାର ଦିନ ଲିକର୍‌ ପାର୍ଟି ଚାଲିଥିବା ବେଳେ ୨ ଜଣ ପୁଲିସଙ୍କ ସମେତ ମୋଟ୍‌ ୭ ଜଣ ଧରା ପଡ଼ିଛନ୍ତି। ସେମାନେ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୫ ଜଣ କଏଦୀ ଅଛନ୍ତି।

ତେବେ ଲକଅପ୍‌ ଭିତରକୁ ମଦ କେଉଁଠାରୁ ଆସିଲା ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଅବକାରୀ ଥାନାର କର୍ମଚାରୀ କିମ୍ବା କଏଦୀ ଓ ଗିରଫ ପୁଲିସଙ୍କ ସହ ସମ୍ପୃକ୍ତ ଥିବା କିଛି ବାହାର ଲୋକ ମଦ ଯୋଗାଣ କରିଥାଇପାରନ୍ତି ବୋଲି ଅଧିକାରୀମାନେ ସନ୍ଦେହ କରୁଛନ୍ତି। ଜଣେ କଏଦୀ ଜେଲ୍‌ ଭିତରର ଲିକର ପାର୍ଟିର ଭିଡିଓ ବନାଇଥିଲେ ଏବଂ ପାଲିଗଂଜ ଏଏସ୍‌ପି ଅୱଧେଶ ଦିକ୍ଷିତଙ୍କ ସମେତ ତାଙ୍କ କଣ୍ଟାକ୍ଟ ଲିଷ୍ଟ୍‌ରେ ଥିବା ଅନ୍ୟ ଲୋକଙ୍କ ପାଖକୁ ଏହି ଭିଡିଓ ପଠାଇଥିଲେ। ଭିଡିଓଟି ପାଇବାପରେ ପାଲିଗଂଜ ପୁଲିସ ଅବକାରୀ ଥାନାରେ ଚଢ଼ଉ କରି ଏହି ପାର୍ଟି‌ ଶେଷ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe