ପାଣି ପାଇପରୁ ବାହାରିଲା ମଦ! ଅଞ୍ଚଳବାସୀ ହେଲେ ଆଶ୍ଚର୍ଯ୍ୟ

ପାଣି ପାଇପରୁ ବାହାରିଲା ମଦ! ଅଞ୍ଚଳବାସୀ ହେଲେ ଆଶ୍ଚର୍ଯ୍ୟ

ତ୍ରିଶୁର: ମଦର କୂଅ ବିଷୟରେ ଆମେ ଅନେକ ସମୟରେ କାହାଣୀରେ ଶୁଣିଛେ ଓ ବହିରେ ପଢ଼ିଛେ। କିନ୍ତୁ ଏମିତି ଏକ ବାସ୍ତବ ଘଟଣା କେରଳର ତ୍ରିଶୁର ଜିଲ୍ଲା ଚଲାକୁଡ଼ି ଅଞ୍ଚଳରେ ଦେଖିବାକୁ ମିଳିଛି।

ଚଲାକୁଡ଼ି ଅଞ୍ଚଳସ୍ଥିତ ସୋଲୋମନେ ଏଭେନ୍ୟୁ ଆପାର୍ଟମେଣ୍ଟର ପାଇପରୁ ମାଟିଆ ରଙ୍ଗର ପାଣି ବାହାରିବା ସହିତ ମଦ ଗନ୍ଧ ଆସୁଥିବା ଲୋକମାନେ ଦେଖିବାକୁ ପାଇଥିଲେ। କିଛିଲୋକ ବି ଏହାକୁ ଚାଖିବାକୁ ଚେଷ୍ଟା କରିଥିଲେ। ପାଣି ପାଇପ୍‌ରୁ ମଦ ବାହାରିବା ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଲୋକ ନଗର ନିଗମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ।

Image result for liquor-started-coming-out-of-the-kitchen-tap boom 99.7

ଏହାପରେ ଅବକାରୀ ବିଭାଗର ଏକ ବଡ ଭୁଲ୍‌ ସାମ୍ନାକୁ ଆସିଥିଲା। ସୂଚନାଯୋଗ୍ୟ, ନିକଟରେ ଅବକାରୀ ବିଭାଗ ପ୍ରାୟ ୪୫୦୦ ଲିଟର ମଦ ଜବତ କରିଥିଲେ। ଯାହାକୁ ଏକ ଖାଲରେ ଢ଼ାଳି ଦେଇଥିଲେ। ସେମାନଙ୍କୁ ଏହା ଜଣା ନଥିଲା କି ଢ଼ଳା ଯାଇଥିବା ମଦ ବୋହିଯାଇ ନିକଟରେ ଥିବା କୂଅରେ ମିଶିଯିବ ବୋଲି। ଏହି କୂଅ ସୋଲୋମନେ ଏଭେନ୍ୟୁ ଆପାର୍ଟମେଣ୍ଟକୁ ପାଣି ଯୋଗାଇବାର ମୁଖ୍ୟ ସ୍ରୋତ ବୋଲି କୁହାଯାଉଛି। ଏହି ଭୁଲ୍‌ ପାଇଁ ଆପାର୍ଟମେଣ୍ଟରକୁ ଯାଉଥିବା ପାଣିରେ ମଦ ମିଶିଯାଇଥିଲା। ତେଣୁ ଆପାର୍ଟମେଣ୍ଟକୁ ଯାଇଥିବା ପାଣିର ରଙ୍ଗ ମାଟିଆ ଦେଖା ଯିବା ସହିତ ସେଥିରୁ ମଦଗନ୍ଧ ଆସିଥିଲା।

Image result for liquor-started-coming-out-of-the-kitchen-tap dailynews360.patrika.com

ସୋଲୋମନେ ଏଭେନ୍ୟୁ ଆପାର୍ଟମେଣ୍ଟରେ ବସବାସ କରୁଥିବା ଜାସି ମଲିୟେକ୍କଲଙ୍କ କହିବାନୁସାରେ, ସେ ଗତ ରବିବାର ପାଣିଟାଙ୍କି ଭରିବା ପାଇଁ ଯେମିତି ପମ୍ପ ଚଲାଇଥିଲେ ପାଣିର ରଙ୍ଗ ମାଟିଆ ଦେଖାଯିବା ସହିତ ସେଥିରୁ ମଦର ଦୁର୍ଗନ୍ଧ ଆସିଥିଲା। ଯାହାକୁ ଦେଖି ସେ ସାମାନ୍ୟ ଭୟଭୀତ ହୋଇଯାଇଥିଲେ। ପରେ ପାଇପ୍‌ରେ କିଛି ତ୍ରୁଟି ଥିବା ସନ୍ଦେହ କରିଥିଲେ। ଏହାପରେ ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ଅନ୍ୟମାନେ ସମାନ ଅଭିଯୋଗ କରିବା ପରେ ନଗମ ନିଗମଙ୍କୁ ଏସମ୍ପର୍କରେ ଜଣାଇବା ପରେ ସତ୍ୟ ସାମ୍ନାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe