ନବବର୍ଷକୁ ସ୍ୱାଗତ ପାଇଁ ତେଲେଙ୍ଗାନାରେ ବିକ୍ରି ହେଲା ୩୮୦ କୋଟିର ମଦ

Advertisment
ନବବର୍ଷକୁ ସ୍ୱାଗତ ପାଇଁ ତେଲେଙ୍ଗାନାରେ ବିକ୍ରି ହେଲା ୩୮୦ କୋଟିର ମଦ

ହାଇଦ୍ରାବାଦ: ତେଲେଙ୍ଗାନା ସରକାର ଚଳିତ ନୂଆବର୍ଷ ଠାରୁ ରାଜ୍ୟରେ ମଦ ମୂଲ୍ୟ ଉପରେ ୧୦ ପ୍ରତିଶତ ବୃଦ୍ଧି ଘଟାଇଛନ୍ତି। ତେବେ ଗତ ଡିସେମ୍ବର ୩୧ ତାରିଖରେ ପୁରୁଣା ବର୍ଷକୁ ବିଦାୟ ଦେଇ ଜାନୁଆରି ୧ ତାରିଖରେ ନବବର୍ଷକୁ ସ୍ୱାଗତ କରିବା ଅବସରରେ ଏହାର ପ୍ରଭାବ ମଦ ବିକ୍ରି ଉପରେ ପଡ଼ି ନଥିବା ଦେଖିବାକୁ ମିଳିଛି। ସମଗ୍ର ତେଲେଙ୍ଗାନା ରାଜ୍ୟରେ ଦୈନିକ ୬୦ କୋଟି ଟଙ୍କା ମୂଲ୍ୟର ଭାରତ ତିଆରି ବିଦେଶୀ ମଦ ବିକ୍ରୟ ହେଉଥିବା ବେଳେ ଗତ ଡିସେମ୍ବର ୩୧ ତାରିଖ ଓ ଜାନୁଆରି ୧ ତାରିଖ କେବଳ ମାତ୍ର ଏହି ୨ ଦିନରେ ତେଲେଙ୍ଗାନେ ବିକ୍ରି ହୋଇଛି ୩୮୦ କୋଟି ମୂଲ୍ୟର ଭାରତ ତିଆରି ବିଦେଶୀ ମଦ।

publive-image LiveMint

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଡିସେମ୍ବର ୩୧ ତାରିଖରେ ରାତି ୧ଟା ପର୍ଯ୍ୟନ୍ତ ରାଜ୍ୟରେ ମଦ ଦୋକାନ ସମେତ ବାର୍‌ ଓ କ୍ଲବ୍‌ ସବୁକୁ ଖୋଲା ରଖିବା ପାଇଁ ଅନୁମତି ଦେଇଥିଲେ ତେଲେଙ୍ଗାନା ସରକାର। ତେଣେ, ମଦ୍ୟପାନ କରି ଗାଡ଼ି ଚଳାଉଥିବା ମଦୁଆ ଚାଳକମାନଙ୍କୁ ଧରି ସେମାନଙ୍କ ଠାରୁ ଜରିମାନା ଆଦାୟ ପାଇଁ ମଧ୍ୟ ଆରମ୍ଭ କରିଦେଇ ଥିଲେ ସ୍ୱତନ୍ତ୍ର ଅଭିଯାନ। ଏହି ଅଭିଯାନ କାଳରେ ତେଲେଙ୍ଗାନା ପୁଲିସ୍‌ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୩,୧୪୮ ଜଣ ମଦୁଆ ଗାଡ଼ି ଚାଳକଙ୍କ ଠାରୁ ଜରିମାନା ଆଦାୟ ପୂର୍ବକ ଚାଲାଣ କାଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe