୫ ରାଜ୍ୟରୁ ୧୦୦୦ କୋଟିରୁ ଅଧିକ ଟଙ୍କା, ମଦ ଜବତ; ପଞ୍ଜାବରୁ ସର୍ବାଧିକ ୫୧୧ କୋଟି

Advertisment
୫ ରାଜ୍ୟରୁ ୧୦୦୦ କୋଟିରୁ ଅଧିକ ଟଙ୍କା, ମଦ ଜବତ; ପଞ୍ଜାବରୁ ସର୍ବାଧିକ ୫୧୧ କୋଟି

ନୂଆଦିଲ୍ଲୀ : ସଂପ୍ରତି ଦେଶର ୫ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ସମୟରେ ଉକ୍ତ ରାଜ୍ୟଗୁଡ଼ିକରୁ ୧୦୦୦ କୋଟି ଟଙ୍କାରୁ ଅଧିକ ନଗଦ ଅର୍ଥ, ମଦ ଏବଂ ନିଶା ସାମଗ୍ରୀ ଜବତ ହୋଇଛି। ନିର୍ବାଚନ କମିସନଙ୍କ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଗତ ବିଧାନସଭା ନିର୍ବାଚନ ତୁଳନାରେ ଚଳିତ ଥର ଖର୍ଚ୍ଚ ୪ ଗୁଣାରୁ ଅଧିକ ବୃଦ୍ଧି ପାଇଛି ବୋଲି କମିସନ କହିଛନ୍ତି। ଗୋଆରେ ୧୨.୭୩ କୋଟି ଟଙ୍କା ଜବତ ହୋଇଥିବାବେଳେ ଉତ୍ତରାଖଣ୍ଡରେ ୧୮.୮୧ କୋଟି ଟଙ୍କା ଜବତ ହୋଇଛି। ୪ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ଉତ୍ତର ପ୍ରଦେଶରେ ୩୦୭.୯୨ କୋଟି ଟଙ୍କା ଜବତ ହୋଇଛି। ପଞ୍ଜାବରେ ସର୍ବାଧିକ ୫୧୦.୯୧ କୋଟି ଟଙ୍କା ଜବତ ହୋଇଛି।

ପଞ୍ଜାବ, ଗୋଆ ଏବଂ ଉତ୍ତରାଖଣ୍ଡରେ ନିର୍ବାଚନ ଶେଷ ହୋଇଥିବାବେଳେ ମଣିପୁରରେ ଆସନ୍ତା ୨୮ ତାରିଖ ଏବଂ ମାର୍ଚ୍ଚ ୫ ତାରିଖରେ ମତଦାନ ହେବ। ପଞ୍ଜାବରୁ ୩୭୬.୧୯ କୋଟି ଟଙ୍କାର ନିଶା ସାମଗ୍ରୀ ଏବଂ ଉତ୍ତର ପ୍ରଦେଶରୁ ୫୪.୦୮ କୋଟି ଟଙ୍କାର ମଦ ଜବତ ହୋଇଛି। ଗତ ନିର୍ବାଚନ ସମୟରେ ଉତ୍ତର ପ୍ରଦେଶରେ ୧୯୩.୨୯ କୋଟି, ପଞ୍ଜାବରେ ୮୯.୬୪ କୋଟି ଟଙ୍କା, ଗୋଆରେ ୩.୬୪ କୋଟି, ଉତ୍ତର ପ୍ରଦେଶରେ ୧୯୩.୨୯ କୋଟି, ମଣିପୁରରେ ୬.୪୨ କୋଟି ଏବଂ ପଞ୍ଜାବରେ ୮୯.୬୪ କୋଟି ଟଙ୍କା ଜବତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe