ପଶ୍ଚିମବଙ୍ଗରେ ‘ଅମ୍ଫାନ’ ନେଲା ୭୨ ଜୀବନ, ପ୍ରଧାନମନ୍ତ୍ରୀଙ୍କୁ ପ୍ରଭାବିତ ଅଞ୍ଚଳକୁ ଆସି ବୁଲି ଯିବାକୁ କହିଲେ ମମତା

Advertisment
ପଶ୍ଚିମବଙ୍ଗରେ ‘ଅମ୍ଫାନ’ ନେଲା ୭୨ ଜୀବନ, ପ୍ରଧାନମନ୍ତ୍ରୀଙ୍କୁ ପ୍ରଭାବିତ ଅଞ୍ଚଳକୁ ଆସି ବୁଲି ଯିବାକୁ କହିଲେ ମମତା

କ‌ୋଲକାତା: ସାମୁଦ୍ରିକ ଝଡ଼ ‘ଅମ୍ପାନ’ ‌ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ତାଣ୍ଡବ ରଚି ପୂରା ସହରକୁ ଛାରଖାର୍‌ କରିଥିବା ବେଳେ ବାତ୍ୟା ହେତୁ କୋଲକାତାର ମୃତ୍ୟୁ ସଂଖ୍ୟା ୭୨ ଛୁଇଁଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ମମତା ମୃତ୍ୟୁ ସଂଖ୍ୟା ଘୋଷଣା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୋଲକାତାର ପ୍ରଭାବିତ ଅଞ୍ଚଳକୁ ଆସି ପରିସ୍ଥିତି ଦେଖି ଯିବାକୁ ଅନୁରୋଧ କରିଛନ୍ତି।

ମୃତକଙ୍କ ପରିବାରକୁ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ବୋଲି ମମତା ଘୋଷଣା କରିଛନ୍ତି। ବାତ୍ୟା ‘ଅମ୍ଫାନ’ କବଳରୁ ବଞ୍ଚାଇବା ପାଇଁ ପଶ୍ଚିମବଙ୍ଗ ପ୍ରଶାସନ ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଏନ୍‌ଡିଆର୍‌ଏଫର ସୂଚନା ଦେଇଛି।

publive-image Orissa Diary

ଉଲ୍ଲେଖଯୋଗ୍ୟ, ମହାବାତ୍ୟା  ‘ଅମ୍ଫାନ’ ସ୍ଥଳଭାଗ ଛୁଇଁବା ପରେ କୋଲକାତା ଉପର ଦେଇ ଗତି କରିବା ସହ ‌ସେଠାରେ ତାଣ୍ଡବ ରଚିଥିଲା। ବାତ୍ୟା ‘ଅମ୍ଫାନ’ର ପ୍ରକୋପରେ ଛାରଖାର୍‌ ହୋଇ ଯାଇଥିଲା ପୂରା କୋଲକାତା ସହର। ଘଣ୍ଟାକୁ ପ୍ରାୟ ୧୨୦ରୁ ୧୩୫ କିଲୋମିଟର୍‌ ବେଗରେ ପବନ ‌ବହିବା ପରେ କୋଲକାତା ପରି ସହରର ବହୁ ବଡ଼ ବଡ଼ ଗଛ ଓ ଇଲେକ୍ଟ୍ରିକ ଖୁଣ୍ଟ ଧରାଶାୟୀ ହୋଇଥିଲା । ଏଥିସହ ସହରର ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା । ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦୀପ ମଝିରେ ଦିନ ପ୍ରାୟ ୨.୩୦ ସମୟରେ ଲ୍ୟାଣ୍ଡ୍‌ଫଲ୍‌ କରିଥିଲା ‘ଅମ୍ପାନ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe