News Times
ଗୌହାଟି: ‘ଲିଭ୍ ଇନ୍ ରିଲେସନସିପ୍’ (ବିବାହ ନକରି ମଧ୍ୟ ସ୍ୱାମୀ ସ୍ତ୍ରୀ ପରି ଏକତ୍ର ରହିବା)ରେ ଜଣେ ବିବାହିତ ପୁରୁଷଙ୍କ ସହ ରହିବା ଘଟଣା ଜନୈକା ମହିଳାଙ୍କ ପାଇଁ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି। ଏ ସଂପର୍କିତ ଆଗତ ମାମଲାର ଶୁଣାଣି କରି ମଣିପୁରର ଏକ ଅଦାଲତ ‘ଲିଭ୍ ଇନ୍ ରିଲେସନ୍ସିପ୍’ରେ ଥିବା ମହିଳାଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ବିବାହିତା ପତ୍ନୀଙ୍କୁ ୭୦ ଲକ୍ଷ ଟଙ୍କାର ଆର୍ଥିକ କ୍ଷତିପୂରଣ ଦେବାକୁ ଏକ ଯୁଗାନ୍ତକାରୀ ରାୟ ଶୁଣାଇଛନ୍ତି। ଏ ମାମଲାଟି ଏକ ହାଇ ପ୍ରୋଫାଇଲ ମାମଲା ଥିବାରୁ ଏହା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
ହସ୍ତଗତ ହୋଇଥିବା ମାମଲାର ବିବରଣୀରୁ ପ୍ରକାଶ, ସଂପ୍ରତି ଇମ୍ଫାଲର ଜବାହରଲାଲ ନେହରୁ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସରେ ଡାକ୍ତର ଥିବା ରଞ୍ଜିତା (୪୧) ଓ ଇମ୍ଫାଲ ସରକାରଙ୍କ ଅଧୀନରେ ଆଇଏଏସ୍ ଭାବେ ନିଯୁକ୍ତ ଥିବା ଶ୍ୟାମସୁନ୍ଦର ଦୀର୍ଘ ବର୍ଷ ଧରି ପ୍ରେମ ସଂପର୍କରେ ରହିବା ପରେ ୨୦୦୯ରେ ପରସ୍ପରକୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ତିନିଟି ସନ୍ତାନ ମଧ୍ୟ ଅଛନ୍ତି।
News Timeଏହା ସତ୍ତ୍ୱେ ମଧ୍ୟ ଶ୍ୟାମସୁନ୍ଦର ଇମ୍ଫାଲ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର ସଚିବ ଥିବା ଜଣାଶୁଣା ମଡେଲ୍ ୩୩ ବର୍ଷ ବୟସ୍କା ୟାମ୍ବେମ୍ ପୁନିଙ୍କ ସହ ‘ଅବୈଧ’ ସଂପର୍କ ରଖିଥିଲେ। ଏବଂ ବିଗତ କିଛି ବର୍ଷ ଧରି ୟାମ୍ବେମ୍ ପୁନି ଓ ଶ୍ୟାମସୁନ୍ଦର ଅନ୍ୟତ୍ର ‘ଲିଭ୍ ଇନ୍ ରିଲେସନସିପ୍’ରେ ଏକତ୍ର ରହୁଥିଲେ।
Law Newsଏହି ଘଟଣାର ପ୍ରତିବାଦ କରି ଡାକ୍ତର ରଞ୍ଜିତା ୟାମ୍ବେମ୍ ପୁନିଙ୍କ ଠାରୁ ୧୦ କୋଟି ଟଙ୍କାର କ୍ଷତିପୂରଣ ଦାବିକରି ଇମ୍ଫାଲର ସିନିୟର ଡିଭିଜନ ସିଭିଲ ଜଜ୍ଙ୍କ ଅଦାଲତରେ ଏକ ମାମଲା ଆଗତ କରିଥିଲେ। ଏହି ମାମଲାର ଦୀର୍ଘ ଶୁଣାଣି କରିବା ପରେ ସିନିୟର ଡିଭିଜନ ସିଭିଲ ଜଜ୍ ଆଜି ଏହି ଘଟଣା ଡାକ୍ତର ରଞ୍ଜିତାଙ୍କୁ ମାନସିକ ସ୍ତରରେ ଗଭୀର ଆଘାତ ଦେବା ସହ ସାମାଜିକ ସ୍ତରରେ ତାଙ୍କର ସମ୍ମାନ କ୍ଷୁଣ୍ଣ କରିଥିବା ଦର୍ଶାଇ ତାଙ୍କୁ ତୁରନ୍ତ ୭୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ୟାମ୍ବେମ୍ ପୁନିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Follow Us