ଲିଭ୍‌-ଇନ୍‌ ସଂପର୍କ ଗ୍ରହଣୀୟ ନୁହେଁ: ପଂଜାବ-ହରିୟାଣା ହାଇକୋର୍ଟ

Advertisment
ଲିଭ୍‌-ଇନ୍‌ ସଂପର୍କ ଗ୍ରହଣୀୟ ନୁହେଁ: ପଂଜାବ-ହରିୟାଣା ହାଇକୋର୍ଟ

Laughing Colours

ନୂଆଦିଲ୍ଲୀ: ପଂଜାବ ଏବଂ ହରିୟାଣା ହାଇକୋର୍ଟ ଆଜି ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ (ବିବାହ ନକରି ପତି-ପତ୍ନୀ ଭଳି ରହିବା) ନୈତିକ ଏବଂ ସାମାଜିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ହାଇକୋର୍ଟରେ ସୁରକ୍ଷା ଦାବି କରି ଏକ ପ୍ରେମୀ ଯୁଗଳଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ କହିଛନ୍ତି, ଏଭଳି ସଂପର୍କକୁ ସମାଜ ଗ୍ରହଣ କରିବ ନାହିଁ କି ନୈତିକତା ଦୃଷ୍ଟିରୁ ମଧ୍ୟ ଏହା ଗ୍ରହଣୀୟ ନଥିବାରୁ ଏ ବାବଦରେ ଶୁଣାଣି ହୋଇପାରିବ ନାହିଁ।

ଆବେଦନକାରୀ ଗୁଲଜା କୁମାରୀ (୧୯) ଏବଂ ଗୁରବିନ୍ଦର ସିଂହ (୨୨) ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ସେମାନେ ଲିଭ୍‌ ଇନ୍‌ ସଂପର୍କରେ ରହୁଛନ୍ତି ଏବଂ ଖୁବ୍‌ଶୀଘ୍ର ବିବାହ କରିବାକୁ ଚାହୁଛନ୍ତି। ତେ‌ବେ ସେମାନଙ୍କ ପରିବାର ପଟୁ ହିଁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ସୁରକ୍ଷା ଯୋଗାଇ ଦେବା ଜରୁରୀ ବୋଲି ଉଭୟେ ନିବେଦନ କରିଥିଲେ। ବିରପତି ଏଚ୍‌ଏସ୍‌ ମଦାନ୍‌ ଆବେଦନ ଉପରେ ଶୁଣାଣି କରି କହିଥିଲେ ଯେ ଆବେଦନକାରୀ ଯାହା ଦର୍ଶାଇଛନ୍ତି ସେଥିରୁ ଏଭଳି ସଂପର୍କକୁ ସଂପୂର୍ଣ୍ଣ ମଂଜୁରି ଦେବାକୁ ସେମାନେ କହୁଛନ୍ତି। ଏହା ଗ୍ରହଣୀୟ ନଥିବାରୁକୌଣସି ସୁରକ୍ଷା ଆଦେଶ ପାରିତ ହୋଇପାରିବ ନାହିଁ ବୋଲି ବିଚାରପତି କହିବା ସହ ମାମଲାକୁ ଖାରଜ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe