ଲିଭ୍-ଇନ୍ ସଂପର୍କ ଜୀବନର ଏକ ଅଂଶ: ଆହ୍ଲାବାଦ ହାଇକୋର୍ଟ

Advertisment

ଲୋକଙ୍କ ଅଧିକାର ରକ୍ଷା କରିବା ପାଇଁ ପୁଲିସ ବାଧ୍ୟ

ଲୋକଙ୍କ ଅଧିକାର ରକ୍ଷା କରିବା ପାଇଁ ପୁଲିସ ବାଧ୍ୟ

ଲିଭ୍-ଇନ୍ ସଂପର୍କ ଜୀବନର ଏକ ଅଂଶ: ଆହ୍ଲାବାଦ ହାଇକୋର୍ଟ

ଆହ୍ଲାବାଦ : ଲିଭ୍-ଇନ୍ ସଂପର୍କ ସଂକ୍ରାନ୍ତ ଏକ ରାୟ ଶୁଣାଇ ଆହ୍ଲାବାଦ ହାଇକୋର୍ଟ ଏହା ଏବେ ଜୀବନର ଏକ ଅଂଶ ପାଲଟିଥିବା କହିଛନ୍ତି। ଏଥିସହ ଏହାକୁ ସାମାଜିକ ନୈତିକତାର ମାପକାଠି ଅପେକ୍ଷା ବ୍ୟକ୍ତିଗତ ସ୍ବାଧୀନତା ନଜରରେ ଦେଖିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍ ପ୍ରୀତିଙ୍କର୍ ଦିୱାକର୍ ଏବଂ ଅଶୁତୋଷ ଶ୍ରୀବାସ୍ତବଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁଇଟି ଭିନ୍ନ ଧର୍ମର ଦମ୍ପତିଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି କରିବା ସମୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଆବେଦନକାରୀ ମହିଳାଙ୍କ ପରିବାର ସେମାନଙ୍କ ଦୈନନ୍ଦିନ ଜୀବନରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ଦମ୍ପତି ଅଲଗା ଅଲଗା ପିଟିସନ ଦାଖଲ କରିଥିଲେ। ସେମାନେ ପୋଲିସ କର୍ତ୍ତୃପକ୍ଷଙ୍କ ନିକଟକୁ ଯାଇଥିଲେ ମଧ୍ୟ କୌଣସି ସାହାଯ୍ୟ ପାଇ ନଥିଲେ ଏବଂ ସେମାନଙ୍କ ଜୀବନ ଓ ସ୍ୱାଧୀନତା ବିପନ୍ନ ହୋଇଥିବା ପିଟିସନରେ ଦର୍ଶାଇଥିଲେ। କୋର୍ଟ କହିଛନ୍ତି ଯେ ଏଭଳି କ୍ଷେତ୍ରରେ ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବାପାଇଁ ପୋଲିସ କର୍ତ୍ତୃପକ୍ଷ ବାଧ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe