ଗାନ୍ଧୀନଗରରେ ନିଜ ମା’ ହୀରାବେନ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ, ନେଲେ ଆଶୀର୍ବାଦ

Advertisment
ଗାନ୍ଧୀନଗରରେ ନିଜ ମା’ ହୀରାବେନ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ, ନେଲେ ଆଶୀର୍ବାଦ

Zee News

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ପରିଚାଳିତ ଏନଡିଏକୁ ମିଳିଥିବା ବିପୁଳ ବିଜୟ ପରେ ନିଜର ଗୃହ ରାଜ୍ୟ ପାଇଁ ରବିବାର ପ୍ରଥମ ଯାତ୍ରା କରିଛନ୍ତି। ଅହମଦାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରସ୍ଥିତ ନିଜର ଘରେ ନିଜର ମା’ ହୀରାବେନଙ୍କୁ ଭଟିଛନ୍ତି। ମୋଦୀ ମା’ଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ ଗୁଜୁରାଟର ଗାନ୍ଧୀନଗରରେ ନିଜର ଅନ୍ୟ ଏକ ପୁଅ ସହିତ ରୁହନ୍ତି।

ମୋଦୀଙ୍କ ଗସ୍ତ ଅବସରରେ ଗାନ୍ଧୀନଗରସ୍ଥିତ ତାଙ୍କର ଘର ସମ୍ମୁଖରେ ସମର୍ଥକଙ୍କର ପ୍ରବଳ ଭିଡ଼ ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ପହଂଚିବା ପରେ ସମର୍ଥକମାନେ ମୋଦୀ ମୋଦୀ ଶ୍ଲୋଗାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅନ୍ୟ ସଂପର୍କୀୟମାନେ ମଧ୍ୟ ପହଂଚିଥିଲେ। ପ୍ରଧାନମନ୍ତ୍ରୀ ନିର୍ବାଚନରେ ବିଜୟ ପରେ ନିଜର ମା’ଙ୍କୁ ଭେଟିବା ପାଇଁ ପହଂଚିଥିଲେ।

ବିମାନବନ୍ଦର ନିକଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ମୋଦୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହିତ ଏକ କାରରେ ବସି ସହର ଭିତରକୁ ପ୍ରବେଶ କରିଥିଲେ। ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକ ଧାଡି ଲଗାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe