କୋଭିଡ୍‌ ସଙ୍ଗରେ ଚଳିବା ଅର୍ଥ ନୁହେଁ କଟକଣା ହଟାଇ ଦେବା: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମୁଖ୍ୟ

Advertisment
କୋଭିଡ୍‌ ସଙ୍ଗରେ ଚଳିବା ଅର୍ଥ ନୁହେଁ କଟକଣା ହଟାଇ ଦେବା: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମୁଖ୍ୟ

ନୂଆଦିଲ୍ଲୀ: କୋଭିଡ୍‌ ପରସ୍ଥିତିରେ ଚଳିବା ଅର୍ଥ କଟକଣା ହଟାଇ ଦେବା ନୁହେଁ ବ‌ୋଲି ବୁଧବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମୁଖ୍ୟ ଡାକ୍ତର ଟେଡ୍‌ରସ୍‌ ଘେବ୍ରେୟେସସ୍‌ କହିଛନ୍ତି।

ଉଲ୍ଲେଖଯୋଗ୍ୟ, କୋଭିଡ୍‌-୧୯ ମହାମାରୀ ସଙ୍କ୍ରମଣ ପରିସ୍ଥିତିକୁ ୩ ବର୍ଷ ଚାଲିଥିବା‌ ବେଳେ ବିଶ୍ବବାସୀ କରୋନାଭାଇସ୍‌ ମେଳରେ ଚଳିବା ଶିଖିଗଲେଣି ବୋଲି ବହୁ ନେତା ଓ ବିଶେଷଜ୍ଞମାନେ ବାରମ୍ବାର କହି ଆସୁଛନ୍ତି। କିନ୍ତୁ, କଟକଣା ହଟାଇବା ବ୍ୟବସ୍ଥାର ବିରୋଧ କରି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମୁଖ୍ୟ ଡାକ୍ତର ଟେଡ୍‌ରସ୍‌ ଘେବ୍ରେୟେସସ୍‌ କହିଛନ୍ତି, ଏହାର ଅର୍ଥ ନୁହେଁ ଯେ, କରୋନାଭାଇରସ୍‌ ନ ଥିବା ଭଳି ଆମେ ଛଳନା କରିବା। କୋଭିଡ୍‌ ମେଳରେ ଚଳିବା ଅର୍ଥ ଆମ୍ଭମାନଙ୍କର ଏବଂ ଅନ୍ୟମାନଙ୍କର ସୁରକ୍ଷା ନିମନ୍ତେ ଆମେ ସବୁ ପ୍ରକାର ଉପକରଣ ଉପଯୋଗ କରିବା।

ଗତ ଏକ ମାସରେ ବିଶ୍ବବ୍ୟାପୀ କୋଭିଡ୍‌-୧୯ଜନିତ ମୃତ୍ୟୁହାର ୩୫% ବୃଦ୍ଧି ପାଇଛି। ଭୂତାଣୁ ଏବଂ ମହାମାରୀ ସହିତ ଲାଗି ଲାଗି ଆମେ କ୍ଳାନ୍ତ ହୋଇ ପଡ଼ିଲେଣି, କିନ୍ତୁ ଭୂତାଣୁ କ୍ଳାନ୍ତ ହୋଇନାହିଁ ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି।

publive-image Image Courtesy of The New Indian Express

ନିଜସ୍ବ ଟୁଇଟର୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଥିବା ଭିଡିଓରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମୁଖ୍ୟ ବିଶ୍ବବାସୀଙ୍କ ପ୍ରତି ଦେଇଥିବା ବାର୍ତ୍ତାରେ କହିଛନ୍ତି, ସଂକ୍ରମଣ ଓ ଜୀବନ ରକ୍ଷା କରିବାକୁ ଆମର ସବୁ ପ୍ରକାର ଉପକରଣ ଥିବା ବେଳେ କୋଭିଡ୍‌-୧୯ ଯୋଗୁଁ ସପ୍ତାହକୁ ୧୫୦୦୦ ଲୋକଙ୍କର ମୃତ୍ୟୁ ହେବା ନିହାତି ଅସହ୍ୟ।

ଆମ୍ଭମାନଙ୍କ ମଧ୍ୟରୁ କେହି ଅସହାୟ ନୁହନ୍ତି। ଯଦି ଟିକା ନେଇ ନାହାନ୍ତି, ଦୟାକରି ନେଇଯାଆନ୍ତୁ, ପ୍ରୟୋଜନ ହେଲେ ବୁଷ୍ଟର୍‌ ଡୋଜ୍‌ ନିଅନ୍ତୁ। ମାସ୍କ୍‌ ପିନ୍ଧନ୍ତୁ ଓ ସାମାଜିକ ଦୂରତ୍ବ ବଜାୟ ରଖନ୍ତୁ ବୋଲି ଉପରୋକ୍ତ ଭିଡିଓରେ ସେ ନିବେଦନ କରିଛନ୍ତି।

ଆକୁଳ ନିବେଦନ କରି ସେ ଆହୁରି ମଧ୍ୟ କହିଛନ୍ତି, ସପ୍ତାହକୁ ୧୫୦୦୦ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଆମେ ଭୂତାଣୁ ମେଳରେ ଚଳିପାରିବା ନାହିଁ। ଡାକ୍ତରଖାନାରେ ସଂକ୍ରମିତଙ୍କ ଭର୍ତ୍ତି ବୃଦ୍ଧି ପାଉଥିବା ପରିସ୍ଥିତରେ ମଧ୍ୟ ଆମେ ଚଳିପାରିବା ନାହିଁ। ଟିକା ମିଳିବାରେ ହେଉଥିବା ପାତର ଅନ୍ତର ପରିସ୍ଥିତିରେ ବି ଆମେ ଚଳିପାରିବା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe