ଭେଜ ବିରିୟାନି ପ୍ୟାକେଟରୁ ବାହାରିଲା ମଲା ଝିଟିପିଟି

Advertisment

ମହିଳା ଘରକୁ ନେଇ ଯାଇଥିବା ଭେଜ ବିରିୟାନି ପ୍ୟାକେଟରୁ ବାହାରିଲା ମଲା ଝିଟିପିଟି। ଘଟଣାକୁ ଖାଦ୍ୟ ସୁରକ୍ଷା ବିଭାଗ ଗମ୍ଭୀରତା ସହ ନେଇ କରୁଛି ଯାଞ୍ଚ। ଦୋକାନ ମାଲିକ ଦେଲେ ଏଭଳି ପ୍ରତିକ୍ରିୟା

ମହିଳା ଘରକୁ ନେଇ ଯାଇଥିବା ଭେଜ ବିରିୟାନି ପ୍ୟାକେଟରୁ ବାହାରିଲା ମଲା ଝିଟିପିଟି। ଘଟଣାକୁ ଖାଦ୍ୟ ସୁରକ୍ଷା ବିଭାଗ ଗମ୍ଭୀରତା ସହ ନେଇ କରୁଛି ଯାଞ୍ଚ। ଦୋକାନ ମାଲିକ ଦେଲେ ଏଭଳି ପ୍ରତିକ୍ରିୟା

e



ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଝାନସୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଗ୍ରାହକଙ୍କ ‌ଭେଜ ବିରିୟାନି ଥାଳିରୁ ଝିଟିପିଟି ବାଜହାରିଥିବା ଅଭିଯୋଗ ହୋଇଛି। ତେବେ ଅନଲାଇନ ଖାଦ୍ୟ ଓ ଷ୍ଟ୍ରିଟ ଫୁଡ଼ ଖାଦ୍ୟରୁ ଅସରପା ଓ ଝିଟିପିଟି ବା ହାରିବା ଘଟଣା ପ୍ରଥମ ନୁହେଁ ଏହା ପୂର୍ବରୁ ଏମିତି ଘଟଣା ଅନେକ ଥର ଘଟି ସାରିଛି। ତଥାପି ଖାଦ୍ୟ ବିତରଣ କମ୍ପାନି ବା କର୍ମଚାରୀ ସତର୍କ ହେଉ ନାହାନ୍ତି। ଏମାନଙ୍କ ଅବହେଳା ଗ୍ରାହକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। 

ସୂଚନାଯୋଗ୍ୟ, ଝାନସୀର ସିପରି ବଜାର ଅଞ୍ଚଳରେ ରହୁଥିବା ଜଣେ ମହିଳା ଟେୟଟା ‌ସୋ’ ରୁମରେ କାମ କରନ୍ତି। ଗତ ଶନିବାର ସନ୍ଧ୍ୟାରେ ସେ ଏକ ଷ୍ଟ୍ରିଟଫୁଡ଼ ଦୋକାନରୁ ହାଇଦ୍ରାବାଦି ଭେଜ ବିରିୟାନି ପ୍ଲେଟ ନେଇ ଘରକୁ ଯାଇଥିଲେ। 

ଘର ପହଞ୍ଚି ଖାଇବା ପାଇଁ ବିରିୟାନି ପ୍ୟାକେଟ ଖୋଲି ‌ଦେଲା ବେଳକୁ ସେଥିରେ ଏକ ମଲା ଝିଟିପିଟି ପଡ଼ିଥିବା ଦେଖିବାକୁ ପାଇଥିଲେ ମହିଳା ଗ୍ରାହକ। ଖାଦ୍ୟରେ ଝିଟିପିଟି ପଡ଼ିଥିବା ଦେଖି ମହିଳା ଜଣକ ଭୟଭୀତ ହୋଇ ଯାଇଥିଲେ। ଯଦି ସେ ଏହି ଖାଦ୍ୟକୁ ଖାଇ ଦେଇଥାଆନ୍ତେ ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯେ କ’ଣ ହୋଇଥାଆନ୍ତା ତାହା ସେହି ବିଧାତାଙ୍କୁ ଜଣା।

ଏହାପରେ ମହିଳା ଜଣକ ଏହାର ଏକ ଭିଡିଓ ପ୍ରମାଣ ପାଇଁ ‌କୈଦ କରି ଦୋକାନ ମାଲିକଙ୍କୁ ଫୋନ କରି ଅଭିଯୋଗ କରିଥି‌ଲେ। ମହିଳାଙ୍କ ଅଭିଯୋଗର ପ୍ରତିକ୍ରିୟା ଦେଇ ଦୋକାନ ମାଲିକ କହିଥିଲେ, ‘ଆଗକୁ ଏପରି ଭୁଲ ହେବ ନାହିଁ। ରାସ୍ତାପାର୍ଶ୍ବରେ ଦୋକାନ ରହିଛି। ଯେ‌ତିକି ହୋଇ ପାରୁଛୁ ସଫେଇ କରୁଛୁ।
ଏହି ଘଟଣାକୁ ଖାଦ୍ୟ ସୁରକ୍ଷା ବିଭାଗ ଗମ୍ଭୀରତା ସହ ନେଇଛି। ଅଧିକାରୀ ଚିତରଞ୍ଜନ କୁମାର ସୂଚନା ଦେଇ କହିଛନ୍ତି ଯାଞ୍ଚ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe