aajtak
ନୂଆଦିଲ୍ଲୀ: ବିହାର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲିଥିବା ବେଳେ ଏ ପର୍ଯ୍ୟନ୍ତ ବିହାରରେ ରାମବିଳାସ ପାସୱାନଙ୍କ ପାର୍ଟି ଏଲଜେପି ଏନଡିଏ ସହିତ ଅଛି କି ନାହିଁ ତାହା ଜଣାପଡ଼ିନାହିଁ। ଏଲଜେପି କାହାକୁ ସମର୍ଥନ କରିବ, ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏଲଜେପିର ଏକ ପୋଷ୍ଟର ଏବେ ଦଳର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଛି।
ଏହି ପୋଷ୍ଟରରେ ଏଲଜେପି ସ୍ପଷ୍ଟ କରିଛି ଯେ, ଜେଡିୟୁ ଉପରେ ଦଳ ଅସନ୍ତୋଷ ଅଛି, ବିଜେପି ସହ ତାଙ୍କର କୌଣସି ମନୋମାଳିନ୍ୟ ନାହିଁ। ପୋଷ୍ଟରରେ ଲେଖାଯାଇଛି ଯେ, 'ମୋଦୀସେ ବେର୍ ନେହିଁ, ନୀତିଶ ତେରି ଖେର୍ ନେହିଁ'। ଏହି ପୋଷ୍ଟରରେ କୁହାଯାଇଛି ଯେ, ନୀତିଶଙ୍କ ପାଇଁ ତାଙ୍କ ଆସନ ସବୁଠାରୁ ବଡ଼, କିନ୍ତୁ ଏଲଜେପି ଏବଂ ବିଜେପି ପାଇଁ ପ୍ରଥମ ପ୍ରାଥମିକତା ହେଉଛି ବିହାର।
 News18 Hindiକିଛି ଦିନ ତଳେ ରାଜସ୍ଥାନ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ସମାନ ଢ଼ଙ୍ଗରେ ବିରୋଧୀଙ୍କୁ ସମାଲୋଚନା କରାଯାଇଥିଲା। ସେତେବେଳେ 'ମୋଦୀସେ ବେର୍ ନେହିଁ, ବସୁନ୍ଧରା ତେରି ଖେର୍ ନେହିଁ' ସ୍ଲୋଗାନ ଦିଆଯାଇଥିଲା।
ସୂଚନା ମୁତାବକ, ବିଜେପି, ଏଲଜେପି ଏବଂ ଜେଡିୟୁ ମଧ୍ୟରେ ଆସନ ବାଣ୍ଟିବାକୁ ନେଇ ବିହାର ଏନଡିଏରେ ଏକ ବଡ଼ ଧରଣର କଳହ ଲାଗିଛି। ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ଆବଶ୍ୟକ ହେଲେ ଏଲଜେପି ଏକାକୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ। ଆଜି ସନ୍ଧ୍ୟାରେ ଏଲଜେପି ସଂସଦୀୟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି। ଏହି ବୈଠକରେ ଆଜି ଏହା ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି।
  
 Follow Us