ଏନଡିଏକୁ ମାଗିଥିବା ୬ଟି ଆସନ ନ ମିଳିବାରୁ ଏକାକୀ ଲଢ଼ିବ ଏଲଜେପି

Advertisment
ବିହାର ବିଧାନସଭା ନିର୍ବାଚନରେ ୩୬ଟି ଆସନ ଦାବି କଲା ଏଲଜେପି

image source--scroll.in

ରାଞ୍ଚି: ବିଜେପି ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ୫୨ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିବାର କିଛି ଘଣ୍ଟାପରେ ଏନଡିଏର ଅଂଶୀଦାର ଏଲଜେପି ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଦଳ ଏକାକୀ ଲଢ଼ିବ ବୋଲି ଘୋଷଣା କରିଛି। ଏସଂପର୍କରେ ଏଲଜେପି ଅଧ୍ୟକ୍ଷ ତଥା ସାଂସଦ ଚିରାଗ ପାସୱାନ୍ କହିଛନ୍ତି ଯେ ତାଙ୍କ ଦଳ ରାଜ୍ୟରେ ଯେଉଁ ୬ଟି ଆସନରେ ପ୍ରାର୍ଥୀ ଦେବାଲାଗି ଏନଡିଏକୁ ଅନୁରୋଧ କରିଥିଲା ସେସବୁ ସ୍ଥାନରେ ବିଜେପି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ଏଣୁ ଏଥର ଝାଡଖଣ୍ଡରେ ଦଳ ନିଜ ଦମରେ ନିର୍ବାଚନ ଲଢ଼ିବ ବୋଲି ଚିରାଗ ପାସୱାନ୍ କହିଛନ୍ତି।

publive-image image-oneindia

ସୂଚନାଯୋଗ୍ୟ,ଗତ ରବିବାର ଦିନ ବିଜେପି ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ୫୨ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଥିଲା।ତାହା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜମସେଦପୁର(ପୂର୍ବ)ରୁ ନିର୍ବାଚନ ଲଢ଼ିବେ।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ତାଲିକା ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୧୩ ତାରିଖ ରହିଛି। ନଭେମ୍ବର ୩୦ରେ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ପାଞ୍ଚଟି ପର୍ଯ୍ୟାୟରେ ଏହି ନିର୍ବାଚନ ଶେଷ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୩୦ରୁ ଆରମ୍ଭ ହୋଇ ଡିସେମ୍ବର ୭ରେ ଦ୍ୱିତୀୟ ପର୍ଯ୍ୟାୟ, ୧୨ରେ ତୃତୀୟ, ୧୬ରେ ଚତୁର୍ଥ ଓ ୨୦ରେ ପଞ୍ଚମ ପର୍ଯ୍ୟାୟ ଏପରି ଭାବେ ନିର୍ବାଚନ ଶେଷ ହେବ। ଡିସେମ୍ବର ୨୩ରେ ଭେଟ ଗଣତି ସହିତ ସେହିଦିନ ହିଁ ଫଳାଫଳ ଘୋଷଣା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe