ମହାରାଷ୍ଟ୍ରରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ କଲେ ଉଦ୍ଧବ ସରକାର

Advertisment
ମନ୍ତ୍ରୀପଦକୁ ନେଇ କଂଗ୍ରେସରେ ମତଭେଦ, ୩୦କୁ ଘୁଞ୍ଚିଲା ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ

Image : Shivsena

ମୁମ୍ବାଇ : ମହାରାଷ୍ଟ୍ର ସରକାର ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ ଘୋଷଣା କରିଛନ୍ତି । ଏ ସଂପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଧାନସଭାରେ ଘୋଷଣା କରିଛନ୍ତି ।

ଏ ସଂପର୍କରେ ଘୋଷଣା କରି ଉଦ୍ଧବ କହିଛନ୍ତି ଯେ ଏହି କୃଷିଋଣଛାଡ଼ ସ୍କିମର ନାମ ମହାତ୍ମା ଜ୍ୟୋତିରାଓ ଫୁଲେ ଋଣଛାଡ଼ ସ୍କିମ ରଖାଯାଇଛି । ଏହା ମାଧ୍ୟମରେ ସେପ୍ଟେମ୍ବର ୩୦ ସୁଦ୍ଧା ବକେୟା ଥିବା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ କରାଯିବ । ଏହି ରାଶି ସରକାର ବହନ କରିବେ ।
ତେବେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନବୀସ କହିଛନ୍ତି ଯେ ଉଦ୍ଧବ ସରକାର କୃଷିଋଣ ସଂପର୍କରେ ନିଜର ପୂର୍ବ ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ଏହା କହିବା ପରେ ସେ ଓ ଅନ୍ୟ ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ ।

ମହାରାଷ୍ଟ୍ରରେ ଶାସନ କରୁଥିବା ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ସରକାରର ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମରେ କୃଷିଋଣ ଛାଡ଼ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe