ଲକ୍‌ଡାଉନ୍‌ ଅବଧି ବଢ଼ିବ ନାହିଁ, ‘ଏମର୍ଜେନ୍ସି ଘୋଷଣା ଖବର ମିଛ’

Advertisment
ଅନ୍‌ଲକ୍-୩ ନିର୍ଦ୍ଦେଶାବଳି : ରାତି କଟକଣା ଉଠିଲା

ନୂଆଦିଲ୍ଲୀ: ‌କରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ଦେଶରେ ଯେଉଁ ୨୧ ଦିନିଆ ଲକ୍‌ଡାଉନ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି ତାହା ଆଗକୁ ଆଉ ବଢ଼ାଯିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଲକ୍‌ଡାଉନ୍‌ ଅବଧି ସଂପ୍ରସାରଣ ହେବ ବୋଲି ଚାଲିଥିବା ଚର୍ଚ୍ଚାକୁ ଖଣ୍ଡନ କରି କ୍ୟାବିନେଟ୍‌ ସଚିବ ରାଜୀବ ଗୌବା କହିଛନ୍ତି ଯେ ଲକ୍‌ଡାଉନ୍‌ ଅବଧି ବଢ଼ିବ ବୋଲି ହେଉଥିବା ଚର୍ଚ୍ଚା ବିଭ୍ରାନ୍ତିକର ଏବଂ ଏଭଳି ରିପୋର୍ଟରେ କୌଣସି ସତ୍ୟତା ନାହିଁ। ସରକାରଙ୍କ ଏଭଳି କୌଣସି ଯୋଜନା କରିନାହାନ୍ତି ବୋଲି ସେ କହିଛନ୍ତି।

publive-image The News Minute

ସେହିଭଳି ଆସନ୍ତା ଏପ୍ରିଲ ମଧ୍ୟ ଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର କରୋନା ମୁକାବିଲା ପାଇଁ ଏମର୍ଜେନ୍ସି ଘୋଷଣା କରିବାକୁ ଯୋଜନା‌ କରୁଥିବା ନେଇ ସୋସିଆଲ ମିଡିଆରେ ଖବର ପ୍ରସାରିତ ହୋଇଛି। କିନ୍ତୁ ଭାରତୀୟ ସେନା ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି ଏବଂ ଏଭଳି ଖବର ସମ୍ପୂର୍ଣ୍ଣ ମିଛ ବୋଲି କୁହାଯାଇଛି। କେନ୍ଦ୍ର ସରକାର ଏମର୍ଜେନ୍ସି ଘୋଷଣା‌ ନେଇ କୌଣସି ଯୋଜନା କରିନାହା‌ନ୍ତି ବୋଲି ସେନା ସ୍ପଷ୍ଟ କରିଛି। ସେନା ପକ୍ଷରୁ ଆଜି ଏକ ଟ୍ବିଟ୍‌ କରି କୁହାଯାଇଛି , ଏମର୍ଜେନ୍ସି ଘୋଷଣା ସଂକ୍ରାନ୍ତ ସୋସିଆଲ ମିଡିଆରେ ଯେଉଁ ଖବର ଘୂରି ବୁଲୁଛି ତାହା ଏକ ମିଛ ଖବର। ଜରୁରୀ ପରିସ୍ଥିତି ଘୋଷଣା ସହ କରୋନା ମୁକାବିଲା ପାଇଁ ସେନା, ଏନ୍‌ସିସି ମୁତୟନ ହେବାନେଇ ଯେଉଁ ଖବର ଆସୁଛି ତାହା ସମ୍ପୂର୍ଣ୍ଣ ମିଛ ବୋଲି ଭାରତୀୟ ସେନା ପ୍ରବକ୍ତା କହିଛନ୍ତି। ସୋସିଆଲ ମିଡିଆରେ ମିଛ ଖବର ପୋଷ୍ଟ୍‌ କରୁଥିବା ଲୋକଙ୍କ ବିରୋଧରେ ବିଭିନ୍ନ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe