Image Courtesy of OneIndia
ନୂଆଦିଲ୍ଲୀ: ମେ ୩୧ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଶେଷ ହେବା ପରେ କରୋନାଭାଇରସ୍ ଦମନ ନିମନ୍ତେ ପରବର୍ତ୍ତୀ କଟକଣା ଭାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଉପରେ କେନ୍ଦ୍ର ସରକାର ଛାଡ଼ିପାରନ୍ତି ବୋଲି ଶୁଣାଯାଉଛି। କିନ୍ତୁ, କେନ୍ଦ୍ର ସରକାର ଆନ୍ତର୍ଜାତିକ ବିମାନ ଚଳାଚଳ ଏବଂ ସ୍କୁଲ୍ ଓ କଲେଜ ଖୋଲିବା ଉପରେ କଟକଣା ବଳବତ୍ତର ରଖିପାରନ୍ତି।
ବିଶେଷସୂତ୍ରରୁ ଜାଣିବାକୁ ମିଳିଛି ଯେ ପରିସ୍ଥିତର ଉନ୍ନତି ଅନୁସାରେ ସମସ୍ତ କଟକଣା ଉଠିବାଯାଏଁ ପ୍ରତି ପନ୍ଦର ଦିନରେ ଥରେ ଲକ୍ଡାଉନ୍ କଟକଣାଗୁଡ଼ିକୁ ସମୀକ୍ଷା କରାଯିବ। ସେତେବେଳେ କେନ୍ଦ୍ର ହାତରେ ଅଳ୍ପ କେତୋଟି କଟକଣା ରହୁଥିବାରୁ ଲକ୍ଡାଉନ୍ରେ କେନ୍ଦ୍ରର ଭୂମିକା ସଙ୍କୁଚିତ ହୋଇଯିବ। ଏହି ଅଳ୍ପ କେତୋଟି କଟକଣା ମଧ୍ୟରେ ରହିଛି ବାଧ୍ୟତାମୂଳକ ଭାବେ ମୁଖାବରଣ ବା ଫେସ୍ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ବ ପାଳନ ଆଦି।
Image Source: One Indiaଜୁଲାଇ ପୂର୍ବରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହୋଇ ନ ପାରେ। ସ୍କୁଲ୍ କଲେଜ ଭଳି ଶିକ୍ଷା ପ୍ରତିଷ୍ଠାନ ଖୋଲିବାକୁ ଆହୁରି ସମୟ ଲାଗି ପାରେ। ନାମ ଗୋପନ ରଖି ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଜୁଲାଇ ଓ ଅଗଷ୍ଟ ମାସଯାଏଁ ସ୍କୁଲ୍ କଲେଜ ସବୁ ଅନ୍ଲାଇନ୍ ପାଠପଢ଼ା ଉପରେ ନିର୍ଭର କରିପାରନ୍ତି।
ଏହାଛଡ଼ା ଡାକ୍ତରଖାନାରେ ଶଯ୍ୟା ଅଭାବ ଦେଖା ଦେବାର ସମ୍ଭାବନା ଥିବାରୁ ଅଧିକାଂଶ ସଂକ୍ରମିତ ବ୍ୟକ୍ତିଙ୍କୁ ହୋମ୍ କ୍ବାରେଣ୍ଟିନ୍ରେ ରହିବାକୁ ପରାମର୍ଶ ଦିଆଯିବାର ସମ୍ଭାବନା ରହିଛି। କେବଳ ଗୁରୁତର ସଂକ୍ରମିତ ବ୍ୟକ୍ତିଙ୍କୁ ବା ହୋମ୍ କ୍ବାରେଣ୍ଟିନ୍ ସୁବିଧା ନ ଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପରାମର୍ଶ ଦିଆଯିବ।
Follow Us