ଲକ୍‌ଡାଉନ୍‌ ସମ୍ପର୍କରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି ଅମିତ ଶାହା

ଲକ୍‌ଡାଉନ୍‌ ସମ୍ପର୍କରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି ଅମିତ ଶାହା

Image Source: India Today

ନୂଆଦିଲ୍ଲୀ: ଆଉ ଦୁଇ ଦିନ ପରେ ଶେଷ ହେବାକୁ ଯାଉଥିବା ଦେଶବ୍ୟାପୀ ଲକ୍‌ଡାଉନ୍‌ର ଭବିଷ୍ୟତ କଥା ଆଲୋଚନା କରିବାକୁ ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଭେଟିଛନ୍ତି। ଲକ୍‌ଡାଉନ୍ ବୃଦ୍ଧି ବା ଲକ୍‌ଡାଉନ୍ ୫.୦ ସମ୍ପର୍କରେ ଉଭୟ ନେତା ଆଲୋଚନା କରିବାର ସମ୍ଭାବନା ରହିଛି।

ଦିନ ୧୧: ୪୫ରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ବୈଠକ ଆରମ୍ଭ ହୋଇଛି। ଦୁଇ ନେତା ଦେଶବ୍ୟାପୀ ଲକ୍‌ଡାଉନ୍ର ରୀତିଗତି ସମ୍ପର୍କରେ କରୁଛନ୍ତି। ଅଲୋଚନା ପରେ ମେ ୩୧ ତାରିଖରେ ଶେଷ ହେଉଥିବା ଲକ୍‌ଡାଉନ୍ ୪.୦ ପରବର୍ତ୍ତୀ ପନ୍ଥା ନିର୍ଦ୍ଧାରଣ କରାଯିବ।

publive-image Image Source: Hindustan Times

ଗୁରୁବାର ରାତିରେ ଗୃହମନ୍ତ୍ରୀ ଅମିତ ଶାହା ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରି ଲକ୍‌ଡାଉନ୍ର ଭବିଷ୍ୟତ ପନ୍ଥା ବିଷୟରେ ପ୍ରସ୍ତାବ ଗ୍ରହଣ କରିଛନ୍ତି। ଅନେକ ରାଜ୍ୟ ପ୍ରସ୍ତାବ ଦେଇଛନ୍ତି ଯେ ଦେଶରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଲକ୍‌ଡାଉନ୍ ୫.୦ ନିତାନ୍ତ ପ୍ରୟୋଜନ।

ପୂର୍ବରୁ ବିଶେଷସୂତ୍ରରୁ ଖବର ମିଳିଥିଲା ଯେ ରବିବାର ଦିନ ରେଡିଓ ସମ୍ଭାଷଣ ‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦୀ ଲକ୍‌ଡାଉନ୍ ୫.୦ ଘୋଷଣା କରିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe