ଲକ୍ ଡାଉନ୍ ପ୍ରଭାବ : ୯ ଲକ୍ଷ କୋଟି କ୍ଷତି ସହିବ ଭାରତ

ଗୋଆ, କେରଳରେ ଫସିଛନ୍ତି ୬୦ରୁ ଅଧିକ ଶ୍ରମିକ : କରୋନା ପାଇଁ କାମ ବନ୍ଦ, ଖାଇବାକୁ ପାଖରେ ପଇସା ନାହିଁ, ଉଦ୍ଧାର ପାଇଁ ଭିଡିଓ ଜରିଆରେ ନିବେଦନ

ମୁମ୍ବାଇ : କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ୨୧ ଦିନର ତାଲା ବନ୍ଦ ଘୋଷଣା କରିଛନ୍ତି। ଏହାର ପ୍ରଭାବରେ ଦେଶ ୧୨ ହଜାର କୋଟି ଡଲାର ଅର୍ଥାତ ୯ ଲକ୍ଷ କୋଟି ଟଙ୍କା କ୍ଷତି ସହିବ ବୋଲି ଆକଳନ କରାଯାଇଛି। ଏହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୪ ପ୍ରତିଶତ ସହ ସମାନ।

ବ୍ରିଟେନର ବ୍ରୋକରେଜ୍ ସଂସ୍ଥା ବାରକ୍ଲେର ଆକଳନ ଅନୁସାରେ ଭାରତରେ ଘୋଷଣା କରାଯାଇଥିବା ଲକ୍ ଡାଉନ୍ କାରଣରୁ ୧୨ ହଜାର କୋଟି ଡଲାର କ୍ଷତି ହେବ। ଏହାର ପ୍ରଭାବରେ ଭାରତର ୨୦୨୦-୨୧ ବର୍ଷର ଅଭିବୃଦ୍ଧି ହାର ୧.୭ ପ୍ରତିଶତ ହ୍ରାସ ପାଇ ୩.୫ ପ୍ରତିଶତକୁ ଖସିଯିବ। ଆସନ୍ତା ମାସ ପ୍ରଥମ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରାନୀତି ସମୀକ୍ଷା କରିବାକୁ ଯାଉଛି। ଏହା ସୁଧ ହାରରେ ଏଥର ୦.୬୫% ହ୍ରାସ କରିପାରେ ବୋଲି ଆକଳନ କରାଯାଇଛି। ଦେଶର ବ୍ରୋକରେଜ୍ ସଂସ୍ଥା ଏମ୍‌କେ ମଧ୍ୟ ଅର୍ଥନୈତିକ କ୍ଷତିକୁ ନେଇ ଚିନ୍ତା ପ୍ରକଟ କରିଛି। ତେବେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ନୀତି ନିର୍ଧାରକମାନେ ଆଗୁଆ ପଦକ୍ଷେପ ଗ୍ରହଣ କରିଥିବାରୁ ଏହି ସଂସ୍ଥା ସେମାନଙ୍କୁ ଧନ୍ୟବାଦ ଦେଇଛି। ଲକ୍ ଡାଉନ୍ କାରଣରୁ ଅର୍ଥନୀତି ଉପରେ କ'ଣ ପ୍ରଭାବ ପଡ଼ିତ ତାହାକୁ ନେଇ ଭାରତ ସରକାର ସମ୍ପୂର୍ଣ୍ଣ ନିରବ ରହିଛନ୍ତି। ଗତକାଲି ଅର୍ଥନ୍ତ୍ରୀ ନିର୍ମଳା ସୀତାରମଣ କିଛିଟା ରିହାତି ପଦକ୍ଷେପ ଘୋଷଣା କରିଥିଲେ। ଟିକସ ପଇଠର ସମୟ ସୀମାକୁ ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ାଇଥିବା ବେଳେ ଏଟିଏମ୍ ଟଙ୍କା ଉଠାଣକୁ ତିନି ମାସ ପାଇଁ ନିଃଶୁଳ୍କ କରିଥିବା ବେଳେ ସର୍ବନିମ୍ନ ବାଲାନ୍ସ ସର୍ତ୍ତକୁ ଉଚ୍ଛେଦ କରିଥିଲେ। ତେବେ ଦେଶର ଆର୍ଥିକ କ୍ଷତିକୁ ହ୍ରାସ କରିବାରେ ଏତିକି ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe