କେନ୍ଦ୍ର ସରକାରଙ୍କ ଉପରେ ଆଖି, ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ମୋଦୀ

Advertisment
‘ଏକ ଭାରତ- ଶ୍ରେଷ୍ଠ ଭାରତ’ର ସ୍ଥପତି

Image Source: Zee News

ନବୀନଙ୍କ ରାସ୍ତାରେ ପଞ୍ଜାବ ଓ କର୍ଣ୍ଣାଟକ
ରବିବାର ନିଷ୍ପତ୍ତି ଶୁଣାଇପାରନ୍ତି ପ୍ରଧାନମନ୍ତ୍ରୀ
ରାଜ୍ୟ ବିଜେପିର ମୁଖ୍ୟସଚିବଙ୍କୁ ପ୍ରଶଂସା

ଭୁବନେଶ୍ବର : ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର କେନ୍ଦ୍ର ନିଷ୍ପତ୍ତିକୁ ଅପେକ୍ଷା ନ କରି ଲକ୍‌ଡାଉନ୍ ଅବଧିକୁ ଏପ୍ରିଲ ୩୦ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଏହାର ୨୪ ଘଣ୍ଟା ପୂରିନି, ଆଜି ପଞ୍ଜାବ ସରକାର ନବୀନଙ୍କ ରାସ୍ତାରେ ଯାଇ ତାଙ୍କ ରାଜ୍ୟ ପାଇଁ ଲକ୍ ଡାଉନ ଅବଧିକୁ ମେ’ ୧ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି। ସେହିଭଳି କର୍ଣ୍ଣାଟକ ସରକାର ନିର୍ଦିଷ୍ଟ ତାରିଖ ଘୋଷଣା କରିନଥିଲେ ହେଁ, ଏ ସଂକ୍ରାନ୍ତରେ ବିଚାର ଆଲୋଚନା ଚଳାଇଥିବା ସୂଚନା ମିଳିଛି। ଖୁବ୍ ଶୀଘ୍ର ଏ ସଂପର୍କରେ କିଛି ନିଷ୍ପତ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶୁଣାଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ପୂର୍ବରୁ ତେଲେଙ୍ଗାନା ସରକାର ମଧ୍ୟ କେନ୍ଦ୍ରକୁ ଲକ୍‌ଡାଉନ୍ ଅବଧି ବଢାଇବାକୁ ଦାବି ଜଣାଇ ସାରିଛନ୍ତି। କେଉଁଠି ନା କେଉଁଠି ସୂଚାଇ ଦେଉଛି, ନବୀନଙ୍କ ରାସ୍ତାରେ ଅନ୍ୟ ରାଜ୍ୟମାନେ ଯିବା ଆରମ୍ଭ କଲେଣି।

ଅନ୍ୟପକ୍ଷରେ ଆସନ୍ତାକାଲି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ କଥାବାର୍ତା ହେବେ। କେନ୍ଦ୍ର ସରକାର ଜାରି କରିଥିବା ୨୧ ଦିନିଆ ଲକ୍‌ଡାଉନ୍ ଆସନ୍ତା ୧୪ ତାରିଖ ଦିନ ସରୁଥିବା ପରିପ୍ରେକ୍ଷୀରେ ମୋଦୀ ବିଭିନ୍ନ ରାଜ୍ୟ ସରକାରଙ୍କ ମତାମତ ଲୋଡିପାରନ୍ତି। ଏହା ପରେ କେନ୍ଦ୍ର ସରକାର ଲକ୍‌ଡାଉନ ଅବଧି କଣ ହେବ, ତାର ଏଥର ସ୍ବରୂପ କିଭଳି ରହିବ, ସେ ସଂକ୍ରାନ୍ତରେ ଶନିବାର ରାତି କିମ୍ବା ରବିବାର ଘୋଷଣା କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଏକଥା ବି ଆଲୋଚନା ହେଉଛି ଯେ ନବୀନଙ୍କ ରାସ୍ତାରେ ଅନ୍ୟ ମୁଖ୍ୟମନ୍ତ୍ରୀ ଯିବେ ଓ କେନ୍ଦ୍ର ସରକାରଙ୍କ ଉପରେ ଲକ୍‌ଡାଉନ୍ ଅବଧି ବଢାଇବାକୁ ଚାପ ରଖିବେ। ଏହାସହିତ ଆର୍ଥିକ ଦୁଃସ୍ଥିତିରୁ ମୁକୁଳିବା ପାଇଁ କେନ୍ଦ୍ର ସରକାର ନିକଟରେ ସ୍ବତନ୍ତ୍ର ପ୍ୟାକେଜ୍ ଦାବି କରିପାରନ୍ତି।

ସ୍ମରଣଯୋଗ୍ୟ, ଗୁରୁବାର ଲକ୍‌ଡାଉନ୍ ଅବଧି ବୃଦ୍ଧି କରାଯିବା ଘୋଷଣା ପରେ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହାକୁ ସମର୍ଥନ କରିବା ସଂପର୍କରେ ସୂଚନା ଦେଇଥିଲେ। ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟ ଠାରୁ ଆରମ୍ଭ କରି ପଞ୍ଚାୟତ, ଗାଁ ପର୍ଯ୍ୟନ୍ତ ବିଭିନ୍ନସ୍ତରରେ ସରକାରୀ ଅଧିକାରୀଙ୍କ ଅକ୍ଳାନ୍ତ ପରିଶ୍ରମ କରିଥିବା ଶ୍ରୀ ମହାନ୍ତି କହିଛନ୍ତି। କେବଳ ସେତିକି ନୁହେଁ, ଲକ୍ ଡାଉନ ସଫଳ କରିବା, ଭୋକିଲାଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା, ରାସ୍ତାରେ ପୁଲିସ ଦିନରାତି ଜଗି ରହି କରୋନା ମୁକାବିଲା କରିବା ଘଟଣାକୁ ପ୍ରଶଂସା କରିଛନ୍ତି।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ବିଭିନ୍ନ ରାଜନୈତିକ ଦଳର ସଂସଦୀୟ ପ୍ରତିନିଧିଙ୍କ ସହିତ ଆଲୋଚନା କରିସାରିଛନ୍ତି। କେନ୍ଦ୍ର ସରକାର ଗଠନ କରିଥିବା ୧୦ଟି କ୍ଷମତା ସଂପନ୍ନ କମିଟି ବି ଇତିମଧ୍ୟରେ ତାଙ୍କ ରିପୋର୍ଟ କେନ୍ଦ୍ରକୁ ପ୍ରଦାନ କରିସାରିଥିବା କୁହାଯାଉଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଏସବୁକୁ ମିଶାଇ ମୋଦୀ କିଛି ଠୋସ୍ ଘୋଷଣା କରିବେ ବୋଲି ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe