ଓଡ଼ିଶା ସୀମାନ୍ତର ଏହି ସ୍ଥାନରେ ସପ୍ତାହକ ପାଇଁ ଲାଗୁହେବ ଲକଡାଉନ୍

Advertisment

ଛତିଶଗଡର ଦୁର୍ଗ ଜିଲ୍ଲାରେ ୬ ଏପ୍ରିଲରୁ ୯ ଦିନିଆ ଲକଡାଉନ୍

ଛତିଶଗଡର ଦୁର୍ଗ ଜିଲ୍ଲାରେ ୬ ଏପ୍ରିଲରୁ ୯ ଦିନିଆ ଲକଡାଉନ୍

ଓଡ଼ିଶା ସୀମାନ୍ତର ଏହି ସ୍ଥାନରେ ସପ୍ତାହକ ପାଇଁ ଲାଗୁହେବ ଲକଡାଉନ୍

ରାୟପୁର: ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡର ଦୁର୍ଗ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ଦୁର୍ଗରେ ୬ ଏପ୍ରିଲରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି। ଏହି ଜିଲ୍ଲାରେ ଇସ୍ପାତ ସହର ଭିଲାଇ ରହିଛି ଏବଂ ବହୁ ଓଡ଼ିଆ ମଧ୍ୟ ଦୁର୍ଗ ଜିଲ୍ଳାରେ ବସବାସ କରୁଛନ୍ତି। ଦୁର୍ଗ ଜିଲ୍ଲାର ଜିଲ୍ଲାପାଳ ସର୍ବେଶ୍ୱର ନରେନ୍ଦ୍ର ଭୁରେ କହିଛନ୍ତି ଯେ ଜିଲ୍ଲାରେ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସେହିପରି ଦୁର୍ଗ ଜିଲ୍ଲାର ବେମେତରା, ନୱାଗଡ଼, ବେର୍ଲା, ମାରୋ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏହି ସମସ୍ତ ସ୍ଥାନରେ ଅତ୍ୟାବଶ୍ୟକ ସେବା ସହିତ ସଂପୃକ୍ତ ବ୍ୟାବସାୟିକ ପ୍ରତିଷ୍ଠାନ  ସକାଳ ୬ଟାରୁ ଦିନ୨ ଟା ପର୍ଯ୍ୟନ୍ତ ଖୋଲାରହିବ । ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଛତିଶଗଡ଼ରେ ୪୬୧୭ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଛି। ଏଥିସହିତ ଗୁରୁବାର ଦିନ ୨୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

ଗତ ତିନି ସପ୍ତାହ ମଧ୍ୟରେ, ନୂତନ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ମାର୍ଚ୍ଚ ୨୭ରେ ସେଠାରେ ୩୧୬୨ ଜଣ କାରଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬୧୭ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଛ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe