ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା କାରଣରୁ ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ ଲକ୍ଡାଉନ୍ ଜାରି ହେବ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ସଙ୍କଟ ପରିଚାଳନା ବୈଠକ ପରେ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ସହରମାନଙ୍କରେ ସମୁଚ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Image Courtesy of India TVଗଣମାଧ୍ୟମକୁ ସେ କହିଛନ୍ତି, ସଙ୍କଟ ପରିଚାଳନା ଗ୍ରୁପ୍ର ବୈଠକ ପରେ ସଂକ୍ରମଣ ମାମଲା ବୃଦ୍ଧି ପାଇଥିବା ସହରମାନଙ୍କରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ। ବଡ଼ ବଡ଼ ସହରମାନଙ୍କରେ ଆମେ ‘କଣ୍ଟେନ୍ମେଣ୍ଟ୍’ ଅଞ୍ଚଳ କରୁଛୁ।
Image Courtesy of NDTVଗତ ୨୪ ଘଣ୍ଟାରେ ୪ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମଣ ମାମଲା ରିପୋର୍ଟ ହେବା ସହ ମଧ୍ୟପ୍ରଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୩.୧୮ ହେବାରୁ ସପ୍ତାହନ୍ତ କର୍ଫ୍ୟୁ ଜାରି କରାଯାଇଛି। ରାଜ୍ୟର ବଡ଼ ସହର ଇନ୍ଦୋର ଓ ଭୋପାଳରେ ଦୈନିକ ସର୍ବାଧିକ ସଂଖ୍ୟକ ସଂକ୍ରମଣ ମାମଲା ରେକର୍ଡ କରାଯାଉଛି।
ଆସନ୍ତା ଚାରି ସପ୍ତାହ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାର କହିଛନ୍ତି।
Follow Us