ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅନିୟନ୍ତ୍ରିତ : ନାଇଟ୍‌ କର୍ଫ୍ୟୁ, ସପ୍ତାହାନ୍ତ ଲକ୍‌ଡାଉନ୍‌ ଘୋଷଣା

Advertisment

ମଲ୍‌, ରେଷ୍ଟୁରାଣ୍ଟ୍‌, ବାର୍‌ ବନ୍ଦ

ମଲ୍‌, ରେଷ୍ଟୁରାଣ୍ଟ୍‌, ବାର୍‌ ବନ୍ଦ

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅନିୟନ୍ତ୍ରିତ : ନାଇଟ୍‌ କର୍ଫ୍ୟୁ, ସପ୍ତାହାନ୍ତ ଲକ୍‌ଡାଉନ୍‌ ଘୋଷଣା

ମୁମ୍ବାଇ : ମହାରାଷ୍ଟ୍ରରେ କରୋନାଭାଇରସ୍‌ର ନୂଆ ସଂକ୍ରମଣ ମାମଲା ଅତି ଉଦ୍‌ବେଜନକ ଭାବେ ବଢ଼ୁଥିବାରୁ ଆଜି ସରକାର କେତେକ କଠୋର କଟକଣା ଘୋଷଣା କରିଛନ୍ତି। ତେବେ ରାଜ୍ୟବ୍ୟାପୀ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ହେବନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ରବିବାର ଦିନ ଏ ବାବଦରେ କ୍ୟାବିନେଟ୍‌ର ଏକ ବୈଠକ ପରେ ରାଜ୍ୟରେ  ସୋମବାର ଠାରୁ ନାଇଟ୍‌ କର୍ଫ୍ୟୁ ଲାଗୁ କରବାକୁ ନିଷ୍ପତ୍ତି ହୋଇଛି। ଏହା ସହିତ ସପ୍ତାହାନ୍ତ ଲକ୍‌ଡାଉନ୍‌ ମଧ୍ୟ କାର୍ଯ୍ୟକାରୀ ହେବ। ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୭ଟା ପର୍ଯ୍ୟାପ୍ତ ଲକ୍‌ଡାଉନ୍‌ କଡ଼ାକଡ଼ି କାର୍ଯ୍ୟକାରୀ ହେବ। କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ କଠୋର ନିୟମ ଲାଗୁ କରାଯାଇଛି। ପ୍ରତ୍ୟେକ ଦିନ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଲକ୍‌ଡାଉନ୍‌ ସମୟରେ ଦିନ ଧରା ଧାରା ୧୪୪ ଲାଗୁ ହେବ।

ରାଜ୍ୟ ସାରା ମଲ୍‌, ରେଷ୍ଟୁରାଣ୍ଟ ଏବଂ ବାର୍‌ ଆଦି ସଂପୂର୍ଣ୍ଣ ବନ୍ଦ ରହିବ, କିନ୍ତୁ ପାର୍ସଲ ବ୍ୟବସ୍ଥା ଜାରି ରହିବ। ଅତ୍ୟାବଶ୍ୟକ ସେବା ଯଥାରୀତି ଚାଲିବ। ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟରେ ୫୦ ପ୍ରତିଶତ କ୍ଷମତାରେ କାମ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe