Image Source: NDTV
ହାଇଦ୍ରାବାଦ: ମେ ୭ ତାରିଖ ଯାଏଁ କରୋନାଭାଇରସ୍ ଲକ୍ଡାଉନ୍ ବୃଦ୍ଧି କରିବା ନିମନ୍ତେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଅତି କଠୋର ରୀତିରେ ଏହି ଲକ୍ଡାଉନ୍ ଜାରି କରାଯିବ ଏବଂ ସୋମବାର ଠାରୁ ଫୁଡ୍ ଡେଲିଭରି ମୋବାଇଲ୍ ଆପ୍ଲିକେସନ୍କୁ ଅନୁମତି ମିଳିବ ନାହିଁ।
ସେ କହିଛନ୍ତି ଯେ ମେ ୭ ତାରିଖ ଯାଏଁ ଲକ୍ଡାଉନ୍ ବଢ଼ାଇବାକୁ କ୍ୟାବିନେଟ୍ ନିଷ୍ପତ୍ତି ଗ୍ରହଣ କରିଛି। ମେ ୫ ତାରିଖ ଦିନ କ୍ୟାବିନେଟ୍ ପରିସ୍ଥିତିର ସମୀକ୍ଷା କରିବ।
ଶ୍ରୀ ରାଓ ସୂଚନା ଦେଇଛନ୍ତି ଯେ ୨୧ଜଣଙ୍କ ମୃତ୍ୟୁ ସହ ରାଜ୍ୟରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୫୮ରେ ପହଞ୍ଚିଛି। ୱାରାଙ୍ଗଲ୍, ୟାଦ୍ରାଦ୍ରି, ଭଦ୍ରଦ୍ରି, ସିଦ୍ଦିପେଟ, ୱାନାପାର୍ତି ଆଦି ଜିଲ୍ଲା କରୋନାଭାଇରସ୍ ମୁକ୍ତ ରହିଛି। ଅନ୍ୟାନ୍ୟ ଅନେକ ରାଜ୍ୟ ଅପେକ୍ଷା ଆମେ ଭଲ କାମ କରୁଛୁ।
Image Source: The Times of Indiaଜାତୀୟ ପରୀକ୍ଷା ହାର ଠାରୁ ମଧ୍ୟ ତେଲେଙ୍ଗାନାରେ ପରୀକ୍ଷା ହାର ଉତ୍ତମ। ମୃତ୍ୟୁସଂଖ୍ୟା ମଧ୍ୟ ଅପେକ୍ଷାକୃତ କମ୍।
ସେ ପୁଣି କହିଛନ୍ତି ଯେ ରେସନ୍ କାର୍ଡଧାରୀଙ୍କୁ ଦ୍ବିତୀୟ ମାସ ପାଇଁ ସରକାର ୧୨ କିଲୋ ରେସନ୍ ଏବଂ ୧୫୦୦ ଟଙ୍କା ଦେବେ। ତେଲେଙ୍ଗାନାରେ ସପରିବାର ରହିଥିବା ପ୍ରବାସୀ ଶ୍ରମଜୀବୀଙ୍କୁ ମଧ୍ୟ ୧୫୦୦ ଟଙ୍କା ଓ ୧୨ କିଲୋ ରେସନ୍ ମିଳିବ।
ରାଜ୍ୟରେ କୌଣସି କଟକଣା କୋହଳ କରାଯାଇ ନ ଥିବା କଥା ସେ କହିଛନ୍ତି।
Follow Us