ନିଷିଦ୍ଧ ଅଞ୍ଚଳରେ ୭ ଦିନିଆ ଲକ୍‌ଡାଉନ୍‌, ସୋମବାର ଯାଏଁ ହାଇକୋର୍ଟ ବନ୍ଦ

କ୍ରାଇମବ୍ରାଞ୍ଚକୁ ବଡ଼ ଝଟ୍‌କା: ଚୌଦ୍ବାର ଜେଲ୍ ଆସିବାକୁ ନିମହାଂସ୍‌ର ନା

Freepik

କୋଲକାତା: ମହାମାରୀ କରୋନା ସଂକ୍ରମଣ ‌ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ପଶ୍ଚିମ ବଙ୍ଗର ସମସ୍ତ ନିଷିଦ୍ଧ ଅଞ୍ଚଳରେ ଆଜି ସନ୍ଧ୍ୟା ୫ଟାରୁ ସାତ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ ହୋଇଛି। ସଂକ୍ରମଣ ରୋକିବା ପାଇଁ କି ପଦକ୍ଷେପ ନିଆଯିବ ସେନେଇ ବୁଧବାର ନବାନ୍ନରେ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଆଲୋଚନା ପରେ ରାଜ୍ୟର ସମସ୍ତ ନିଷିଦ୍ଧ ଅଞ୍ଚଳରେ ଏକ ସପ୍ତାହ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ଲକ୍‌ଡାଉନ୍‌ ସମୟରେ କେହି ଗାଇଡ୍‌ ଲାଇନ୍ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକମାନଙ୍କୁ ସଚେତନ କରିବା ପାଇଁ ପୁଲିସ ପକ୍ଷରୁ ମାଇକ୍‌ ଯୋଗେ ସମସ୍ତ ନିଷିଦ୍ଧାଞ୍ଚଳ‌ରେ ଘୋଷଣା କରାଯାଇଛି। କୋଲକାତା ସହରରେ ୩୩, ଦକ୍ଷିଣ ୨୪ ପ୍ରଗଣାରେ ୧୫୫ ଏବଂ ଉତ୍ତର ୨୪ ପ୍ରଗଣାରେ ୨୧୯ଟି ନିଷିଦ୍ଧ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ ଲାଗୁ ହୋଇଛି। ଏହିସବୁ ଅଞ୍ଚଳରେ କେବଳ ଔଷଧ ଦୋକାନ ଖୋଲା ରହିବ। ସାତ ଦିନିଆ ଲକ୍‌ଡାଉନ୍‌ କାରଣରୁ ଆଜି ଏହସିବୁ ନିଷିଦ୍ଧ ଅଞ୍ଚଳ ବଜାରମାନଙ୍କରେ ପ୍ରବଳ ଭିଡ଼ ହୋଇଥିଲା। ଅତ୍ୟାବଶ୍ୟକ ସାମଗ୍ରୀ, ପନିପରିବା, ଗୋସୋରୀ ଆଦି କିଣିବା ପାଇଁ ଲୋକେ ସାମାଜିକ ନିୟମକୁ ଫୁଃ କରି ଦେଇଥିଲେ। ସଂକ୍ରମଣ ପାଇଁ ଉଦ୍ଦିଷ୍ଟ ନିୟମ ନମାନି ଲୋକେ ସାତ ଦିନ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଉଦ୍ୟମ କରିଥିଲେ। ବଜାରରେ ଭିଡ଼କୁ ଦେଖି ମନେ ହେଉଥିଲା ଜିନିଷ କିଣିବା ପାଇଁ ଯେମିତି ପ୍ରତିଯୋଗିତା ଚାଲିଛି।

ରାଜ୍ୟର ନିଷିଦ୍ଧାଞ୍ଚଳରେ ପୁନର୍ବାର ଲକ୍‌ଡାଉନ୍‌ ଲାଗୁ ହେବା ଏବଂ କୋର୍ଟ ପରିସରକୁ ସଂକ୍ରମଣମୁକ୍ତ କରିବା ପାଇଁ ସାନିଟାଇଜିଂ କରାଯିବାକୁ ଶୁକ୍ରବାରଠାରୁ ସୋମବାର ପର୍ଯ୍ୟନ୍ତ କୋଲକାତା ହାଇକୋର୍ଟ ବନ୍ଦ ରହିବ। କୋଲକାତା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ରାୟ ଚଟ୍ଟୋପାଧ୍ୟାୟ ଏହି ସୂଚନା ଦେଇ କହିଛନ୍ତି, ଲକ୍‌ଡାଉନ୍‌ର ନୂତନ ପର୍ଯ୍ୟାୟରେ ପରିବର୍ତ୍ତିତ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କୋର୍ଟର ନ୍ୟାୟିକ ବ୍ୟବସ୍ଥା ଏବଂ ପ୍ରଶାସନିକ କାର୍ଯ୍ୟକୁ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ମୁଖ୍ୟ ବିଚାରପତି ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ କୋର୍ଟର ୩ ଟିଯାକ ବିଲ୍‌ଡିଂକୁ ସମ୍ପୂର୍ଣ୍ଣ ସାନିଟାଇଜିଂ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe