ପହିଲାରୁ ବଢ଼ିପାରେ ଲକ୍‌ଡାଉନ୍ ଅବଧି

ଘୋଷଣା କରିପାରନ୍ତି ମୋଦୀ, ୩୧ରେ ମନ୍‌ କି ବାତ୍

ପହିଲାରୁ ବଢ଼ିପାରେ ଲକ୍‌ଡାଉନ୍ ଅବଧି

Image Source: Hindustan Times

ନୂଆଦିଲ୍ଲୀ : କରୋନା ମହାମାରୀର ମୁକାବିଲା ଲାଗି ଦେଶରେ ଜାରି ରହିଥିବା ଲକ୍‌ଡାଉନ୍-୪ ଆସନ୍ତା ୩୧ ତାରିଖରେ ଶେଷ ହେବାକୁ ଯାଉଛି। କେନ୍ଦ୍ର ସରକାର ଲକ୍ ଡାଉନ୍ ଅବଧିକୁ ବଢ଼ାଇବାକୁ ‌ଯୋଜନା କରିଥିବାର ଖବର ମିଳିଛି। ଆସନ୍ତା ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ ମୋଦୀ ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍’‌ରେ ଏହି ଘୋଷଣା କରିପାରନ୍ତି। ତେବେ ଜୁନ ପହିଲାରୁ ଲକ୍ ଡାଉନ୍-୫ ବେଳେ ଅନେକ କଟକଣାକୁ କୋହଳ କରାଯିବାର ସମ୍ଭାବନା ରହିଛି। ଏସଂପର୍କରେ ନିଷ୍ପତ୍ତି ନେବାଲାଗି ରାଜ୍ୟ ସରକାରମାନଙ୍କୁ ଅଧିକ କ୍ଷମତା ଦିଆଯିବ। ତେବେ ଦେଶର ୧୧ଟି ସହରରେ କଟକଣା କୋହଳ ହେବାର ସମ୍ଭାବନା କମ୍। ଏହି ୧୧ଟି ସହ‌ରକୁ କରୋନା ହଟ୍ ସ୍ପଟ୍ ରୂପେ ବିଚାର କରାଯାଉଛି। ଦେଶରେ ଦେତେ କରୋନା ମାମଲାର ରେକର୍ଡ କରାଯାଉଛି ତାହାର ୭୦ ଭାଗ କେବଳ ଏହି ୧୧ଟି ସହରରେ ରହିଛି। ଏହି ସହରଗୁଡ଼ିକ ‌‌ହେଲା- ଦିଲ୍ଳୀ, ମୁମ୍ବାଇ, ବେଙ୍ଗାଲୁରୁ, ପୁଣେ, ଥାନେ, ଇନ୍ଦୋର, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ସୁରଟ ଏବଂ କୋଲକାତା।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଲକ୍ ଡାଉନ୍-୫ ସମୟରେ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ଖୋଲିବା ଲାଗି ଅନୁମତି ମିଳିପାରେ। କିନ୍ତୁ ଏଥିପାଇଁ ସର୍ତ ରଖାଯିବ। ଏହି ସମୟରେ କୌଣସି ଯାତ୍ରା ଓ ଉତ୍ସବକୁ ଅନୁମତି ପ୍ରଦାନ କରାଯିବ ନାହିଁ। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ବ ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe