ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ଭାରତର ଅତି ଧନୀ ଏବଂ କୋଟି କୋଟି ଅଣକୁଶଳୀ, ବେକାର ପୁରୁଷ ଓ ମହିଳାମାନଙ୍କର ସାମ୍ପ୍ରତିକ ଆୟ ମଧ୍ୟରେ ଥିବା ଅସମାନତାକୁ ଆହୁରି ବଢ଼ାଇ ଦେଇଥିବା କଥା ସୋମବାର ଦିନ ଲାଭରହିତ ସଙ୍ଗଠନ ‘ଅକ୍ସଫାମ୍’ ରିପୋର୍ଟ କରିଛି। ଏହି ରିପୋର୍ଟ ସୁଇଜର୍ଲାଣ୍ଡ୍ର ଡେଭୋସ୍ସ୍ଥିତ ‘ବିଶ୍ୱ ଆର୍ଥିକ ମଞ୍ଚ’ରେ ଉପସ୍ଥାପନ କରାଯିବ।
‘ଅସମାନତା ଭୂତାଣୁ’ ଶୀର୍ଷକ ଏହି ରିପୋର୍ଟରେ ଉଲ୍ଲେଖ ଅଛି ଯେ, କେବଳ ୨୦୨୦ ଏପ୍ରିଲ୍ ମାସରେ ଲକ୍ଡାଉନ୍ ସମୟରେ ଭାରତର କୋଟିପତିମାନଙ୍କର ସମ୍ପତ୍ତି ହାରାହାରି ୩୫% ବୃଦ୍ଧି ପାଇଥିବା ବେଳେ ୮୪% ପରିବାର ଭିନ୍ନ ଭିନ୍ନ ପରିମାଣର ଆୟ ହରାଇଛନ୍ତି। ଏହାଛଡ଼ା, ପ୍ରତି ଘଣ୍ଟାରେ ୧.୭ ଲକ୍ଷ ଲୋକ କର୍ମସଂସ୍ଥାନ ହରାଇଛନ୍ତି।
Image Courtesy of NDTVରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ୨୦୨୦ ମାର୍ଚରେ ଲକ୍ଡାଉନ୍ ଘୋଷଣା ହେବା ସମୟରୁ ଭାରତର ଶ୍ରେଷ୍ଠ ୧୦୦ଜଣ କୋଟିପତିଙ୍କ ଆୟ ଯେଉଁ ହାରରେ ବଢ଼ିଥିଲା ତାହା ପ୍ରତ୍ୟେକଙ୍କୁ ୯୪,୦୪୫ ଟଙ୍କାର ଚେକ୍ ହିସାବରେ ୧୩୮ ନିୟୁତ ଗରିବ ଲୋକଙ୍କୁ ଦେବା ପାଇଁ ଯଥେଷ୍ଟ ଥିଲା।
Image Courtesy of NDTVରିପୋର୍ଟରେ କୁହାଯାଇଛି, ଦେଶରେ ବୃଦ୍ଧି ପାଉଥିବା ଅସମାନତା ଦୁଃଖଦାୟକ। ମହାମାରୀ ସମୟରେ ଅମ୍ବାନୀ (ମୁକେଶ ଅମ୍ବାନୀ) ଘଣ୍ଟାକରେ ଯେତେ ଆୟ କଲେ, ଜଣେ ଅଣକୁଶଳୀ ଶ୍ରମିକଙ୍କୁ ସେତିକି ଆୟ କରିବାକୁ ୧୦, ୦୦୦ ବର୍ଷ ଲାଗିବ। ଏହି ହିସାବରେ, ଅମ୍ବାନୀ ଗୋଟିଏ ସେକେଣ୍ଡ୍ରେ ଯେତେ ଉପାର୍ଜନ କଲେ ସେତିକି ଉପାର୍ଜନ କରିବାକୁ ଜଣେ ଅଣକୁଶଳୀ ଶ୍ରମିକଙ୍କୁ ୩ ବର୍ଷ ଲାଗିବ।
ଅଗଷ୍ଟ ମାସରେ ଶ୍ରୀ ଅମ୍ବାନୀଙ୍କୁ ବିଶ୍ୱର ୪ର୍ଥ ଧନୀ ବ୍ୟକ୍ତି ଭାବେ ଘୋଷଣା କରାଯାଇଥିଲା।
ସ୍ୱଳ୍ପ ସମୟ ପୂର୍ବରୁ ସତର୍କ କରାଯାଇ ବିଶ୍ୱର ସବୁଠୁ କଡ଼ା କଟକଣାଯୁକ୍ତ ଲକ୍ଡାଉନ୍ ଘୋଷଣା କରାଯିବାର ପୂର୍ବରୁ ଏବଂ ପରେ ଲକ୍ଷ ଲକ୍ଷ ଦାଦନ ଶ୍ରମିକ କର୍ମସଂସ୍ଥାନ, ଅର୍ଥ, ଖାଦ୍ୟ ଓ ଆଶ୍ରୟ ହରାଇଥିଲେ।
Follow Us