‘ଲକ୍‌ଡାଉନ୍‌’କୁ ‘ଏବର୍ଷର ବହୁ ପ୍ରଚଳିତ ଶବ୍ଦ’ ମାନ୍ୟତା ଦେଲା କଲିନ୍‌ସ୍‌ ଡିକ୍‌ସ୍‌ନାରି

‘ଲକ୍‌ଡାଉନ୍‌’କୁ ‘ଏବର୍ଷର ବହୁ ପ୍ରଚଳିତ ଶବ୍ଦ’ ମାନ୍ୟତା ଦେଲା କଲିନ୍‌ସ୍‌ ଡିକ୍‌ସ୍‌ନାରି

Image Courtesy of The Guardian

ଲଣ୍ଡନ୍: କୋଭିଡ୍‌-୧୯ ବିସ୍ତାର ଯୋଗୁଁ ଇଂରାଜୀ ବିଶେଷ ପଦ ‘ଲକ୍‌ଡାଉନ୍‌’ର ବ୍ୟାପକ ବ୍ୟବହାର ଯୋଗୁଁ ‘କଲିନ୍‌ସ୍‌ ଅଭିଧାନ’ ମଙ୍ଗଳବାର ଦିନ ଏହାକୁ ‘ୱାଡ୍‌ ଅଫ୍‌ ଦି ଇଅର୍‌’ ବା ‘୨୦୨୦ର ବହୁ ପ୍ରଚଳିତ ଶବ୍ଦ’ ମାନ୍ୟତା ଦେଇଛି।

ବିଭିନ୍ନ ରାଷ୍ଟ୍ରର ସରକାରମାନେ କରୋନାଭାଇରସ୍‌ ମହାମାରୀ ଦମନ ନିମନ୍ତେ ‘ଲକ୍‌ଡାଉନ୍‌’ ଘୋଷଣା କରିବାରୁ ଏହା ବିଶ୍ବବ୍ୟାପୀ ଜନସାଧାରଣଙ୍କ ଅନୁଭୂତିର ପ୍ରତିଶବ୍ଦ ହୋଇଯାଇଥିଲା। ସେହି କାରଣରୁ ‘ଲକ୍‌ଡାଉନ୍‌’କୁ ଚୟନ କରାଯାଇଥିବା କଥା ଅଭିଧାନ ସଙ୍କଳକମାନେ କହିଛନ୍ତି।

ପ୍ରକାଶକ ହାର୍ପର୍‌ କଲିନ୍‌ସ୍‌ କହିଛନ୍ତି, ‘ଲକ୍‌ଡାଉନ୍‌’ ହେଉଛି କୋଭିଡ୍-୧୯ ବିସ୍ତାର ବିରୋଧୀ ସଂଗ୍ରାମରେ ସାମଗ୍ରିକଭାବେ ଭୂମିକା ନିର୍ବାହ କରିଥିବା ସମଗ୍ର ବିଶ୍ବର କୋଟି କୋଟି ‌ଜନତାଙ୍କର ସମ୍ମିଳିତ ଅନୁଭୂତି।

publive-image Image Courtesy of NDTV

‘କଲିନ୍‌ସ୍‌ ଲାଙ୍ଗୁଏଜ୍‌ କଣ୍ଟେଣ୍ଟ୍‌ କନ୍‌ସଲ୍‌ଟାଣ୍ଟ୍‌’ ହେଲେନ୍‌ ନିଉଷ୍ଟିଡ୍‌ କହନ୍ତି, ଭାଷା ହେଉଛି ଆମ ଚତୁର୍ପାଶ୍ବ ଦୁନିଆର ପ୍ରତିଫଳନ ଏବଂ ୨୦୨୦ ଉପରେ ବୈଶ୍ବିକ ମହାମାରୀ ଆଧିପତ୍ୟ ବିସ୍ତାର କରିଥିଲା। ଭୂତାଣୁ ଦମନ ନିମନ୍ତେ ଦୈନନ୍ଦିନ ଜୀବନକୁ କଟକଣାରେ ରଖିଥିବା କୋଟି କୋଟି ଜନତାଙ୍କ ସାମଗ୍ରିକ ଅନୁଭୂତିକୁ ଧାରଣ କରିଥିବା କାରଣୁ ଆମେ ‘ଲକ୍‌ଡାଉନ୍’କୁ ଏବର୍ଷର ବହୁ ପ୍ରଚଳିତ ଶବ୍ଦ ଭାବେ ନାମିତ କରିଛୁ।

୨୦୨୦ରେ ‘ଲକ୍‌ଡାଉନ୍‌’ ଶବ୍ଦ ଏକ ନିୟୁତର ଏକ ଚତୁର୍ଥାଂଶରୁ ଅଧିକ ଥର ବ୍ୟବହାର ହୋଇଥିବା କଥା କଲିନ୍‌ସ୍‌ ରେଜିଷ୍ଟ୍ରି କରିଛି। ଗତବର୍ଷ ‘ଲକ୍‌ଡାଉନ୍‌’ ଶବ୍ଦ ମାତ୍ର ୪୦୦୦ ଥର ବ୍ୟବହାର ହୋଇଥିଲା। ଅର୍ଥାତ୍ ଏବର୍ଷ ‘ଲକ୍‌ଡାଉନ୍‌’ ଶବ୍ଦର ବ୍ୟବହାର ୬୦୦୦% ବୃଦ୍ଧି ପାଇଛି।

‘ଲକ୍‌ଡାଉନ୍‌’ ବ୍ୟତିରେକେ, ‘କରୋନାଭାଇରସ୍‌’, ‘ସୋସିଆଲ୍‌ ଡିଷ୍ଟାନ୍‌ସିଙ୍ଗ’ ଓ ‘ସେଲ୍‌ଫ୍‌-ଆଇସୋଲେଟ୍‌’ ପ୍ରଭୃତି ଶବ୍ଦର ମଧ୍ୟ ଏ ବର୍ଷ ବ୍ୟାପକ ବ୍ୟବହାର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe