ଅଣସଂକ୍ରମିତ ଅଞ୍ଚଳରେ କଟକଣା କୋହଳ

Advertisment
ଅନ୍‌ଲକ୍-୩ ନିର୍ଦ୍ଦେଶାବଳି : ରାତି କଟକଣା ଉଠିଲା

ନୂଆଦିଲ୍ଲୀ : ଲକ୍ ଡାଉନ୍ କଟକଣା ଯୋଗୁଁ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ନାଗରିକଙ୍କ ପାଇଁ ଆସନ୍ତାକାଲି ଠାରୁ କିଛି ପରିମାଣରେ ରିହାତି ମିଳିବ। କେବଳ ଅଣସଂକ୍ରମିତ ଅଞ୍ଚଳରେ କଟକଣାକୁ କୋହଳ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ଚିହ୍ନଟ ହୋଇଥିବା କଣ୍ଟେନମେଣ୍ଟ ଜୋନକୁ ବାଦ୍ ଦେଇ ଏହି କଟକଣାକୁ କୋହଳ କରାଯାଇଛି। ଏହାସତ୍ତ୍ବେ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ମାର୍ଗଦର୍ଶିକାର ପାଳନ କରାଯିବାକୁ ବାଧ୍ୟ କରାଯାଇଛି। ଏହି ସମୟରେ ନାଗରିକମାନଙ୍କ ନିରାପତ୍ତାକୁ ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ଖୋଲା ରହିବ
ଔଷଧ ଦୋକାନ ସମେତ ସମସ୍ତ ସ୍ବାସ୍ଥ୍ୟ ସେବା
ଔଷଧ, ଡ୍ରଗ୍‌ସ୍‌ ଆଦି ଉତ୍ପାଦନକାରୀ ଶିଳ୍ପ
କୃଷି, ଉଦ୍ୟାନ କୃଷି, କୃଷିଜାତ କାରବାର,
ମଣ୍ଡିରେ ସଂଗ୍ରହ କାର୍ଯ୍ୟ ଚାଲିପାରିବ
କୃଷି ଯନ୍ତ୍ରପାତି, ତହିଁର ସ୍ପେୟାର ପାର୍ଟସ,
ଯୋଗାଣ ଶୃଙ୍ଖଳ, ମରାମତି କେନ୍ଦ୍ର
ମାଛ ଚାଷ, ପଶୁ ସଂପଦ ଓ କୁକୁଡ଼ା ଫାର୍ମ
ଦୁଗ୍ଧ ଉତ୍ପାଦନ, ସଂଗ୍ରହ ଓ ବିତରଣ
ତେଜରାତି ଦୋକାନ, ପରିବା ବଜାର, ମିଲ୍କ ବୁଥ୍
ମାଂସ ଓ ମାଛ ଦୋକାନ
ଖୋଲା ରହିବ ଅଙ୍ଗନୱାଡି କେନ୍ଦ୍ର
ଗ୍ରାମାଞ୍ଚଳରେ ଶିଳ୍ପ, ରାସ୍ତା ଓ ନିର୍ମାଣ କାମ
ମନରେଗାକୁ ଅନୁମତି
ଅନାଥ ଆଶ୍ରମ ଓ ବୃଦ୍ଧ ଆଶ୍ରମ
ଆତ୍ମନିଯୁକ୍ତ ଇଲେକ୍ଟ୍ରିସିଆନ୍, ସୂଚନାପ୍ରଯୁକ୍ତି ମରାମତି, ପାଣି, ପାଇପ୍‌ ମିସ୍ତ୍ରୀ, ମୋଟରମେକାନିକ୍‌, ବଢ଼େଇ/କାଠ କାରିଗରି କାମ
ବ୍ୟାଙ୍କ୍‌ ଶାଖା ଓ ଏଟିଏମ୍‌, ଏହା ପାଇଁ ଆଇଟି ଭେଣ୍ଡର
ପେଟ୍ରୋଲ ପମ୍ପ, ଏଲପିଜି ବିତରଣ କେନ୍ଦ୍ର
ଡାକସେବା, ଦୂରସଂଚାର ଓ ଇଣ୍ଟରନେଟ୍ ସେବା
ସବୁ ପ୍ରକାର ମାଲ ପରିବହନ
ମୁଦ୍ରିତ ଓ ଇଲେକଟ୍ରୋନିକ ଗଣମାଧ୍ୟମ
ଇ-କମର୍ସ ଓ କୋରିୟର ସେବା
ଆଇଟି, ହାର୍ଡୱେୟାର ଓ ଡାଟା ସେଣ୍ଟର

ବନ୍ଦ ରହିବ
ଟ୍ରେନ୍‌, ବିମାନ ଓ ବସ୍‌ ସେବା
ମେଟ୍ରୋ ରେଳ ସେବା ବନ୍ଦ ରହିବ
ମେଡିକାଲ କାରଣ ବ୍ୟତୀତ ଜନସାଧାରଣଙ୍କ ଅନ୍ତଃଜିଲ୍ଲା ଏବଂ ଅନ୍ତଃରାଜ୍ୟ ଯାତାୟତ
ସମସ୍ତ ଶିକ୍ଷା, ତାଲିମ ଓ କୋଚିଂ ଅନୁଷ୍ଠାନ
ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ବିଶେଷ ଭାବରେ ଅନୁମତି ପ୍ରାପ୍ତ ବ୍ୟତୀତ ସମସ୍ତ ଆତିଥ୍ୟ ସେବା
ଟ୍ୟାକ୍ସି, ଅଟୋରିକ୍ସା, ସାଇକେଲ୍‌ ରିକ୍ସା ଓ କ୍ୟାବ୍‌ ଏଗ୍ରିଗେଟର୍ସ ସେବା
ସମସ୍ତ ସିନେମା ହଲ୍, ମଲ୍, ସପିଂ କମ୍ପ୍ଲେକ୍ସ, ଜିମ୍ନାସିୟମ୍, କ୍ରୀଡା କମ୍ପ୍ଲେକ୍ସ, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ, ପ୍ରେକ୍ଷାଳୟ, ବାର୍ ଏବଂ ଅଡିଟୋରିୟମ୍, ସଭାଗୃହ
ସମସ୍ତ ସାମାଜିକ, ରାଜ‌ନୈତିକ, କ୍ରୀଡ଼ା, ମନୋରଞ୍ଜନ, ଏକାଡେମିକ୍ , ସାଂସ୍କୃତିକ, ଧାର୍ମିକ କାର୍ଯ୍ୟ ଏବଂ ଅନ୍ୟାନ୍ୟ ସମାବେଶ
ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ, ସମାବେଶ, ପୂଜା ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। ଧାର୍ମିକ ସମ୍ମିଳନୀଗୁଡ଼ିକୁ ବାରଣ
ଅନ୍ତିମ ସଂସ୍କାର କ୍ଷେତ୍ରରେ ୨୦ରୁ ଅଧିକ ଲୋକ ଏକାଠି ହେବାକୁ ଅନୁମତି ମିଳିବନି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe