ଲକ୍‌ ଡାଉନ୍‌ର ଦ୍ବିତୀୟ ଦିବସ: କରୋନା ଚିକିତ୍ସା ପାଇଁ ସ୍ବତନ୍ତ୍ର ହସ୍ପିଟାଲ

ବିହାର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗରେ ମାତ୍ରାଧିକ କଟକଣା ଅଭିଯୋଗ

ଖୋର୍ଦ୍ଧାରେ ‘ତାଲା ବନ୍ଦ’: ସକାଳ ସାଢ଼େ ୬ ଟାରୁ ସାଢ଼େ ୯ ଓ ସଂଧ୍ୟା ୪ରୁ ୬ ଘରୁ ବାହାରିବାକୁ ଅନୁମତି

Image Source: The Reuters

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଏବଂ ଏହା ଉପରେ ସତର୍କ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ଆଜି ଡ୍ରୋନ୍‌ ବ୍ୟବହାର ହୋଇଛି। ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଯେଭଳି କୌଣସି ସମସ୍ୟା ନଉପୁଜିବ ସେ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ହସ୍ପିଟାଲ ବ୍ୟବସ୍ଥା ଯୁଦ୍ଧକାଳୀନ ଭିତ୍ତିରେ ହେଉଛି। ଆଜି ୧୭ଟି ରାଜ୍ୟ ସ୍ବତନ୍ତ୍ର କରୋନା ହସ୍ପିଟାଲ ପାଇଁ ବ୍ୟବସ୍ଥା ସଂପର୍କରେ ଘୋଷଣା କରିଛନ୍ତି। ଭାରତରେ ଏଭଳି ଅଭୂତପୂର୍ବ ବନ୍ଦ ଯୋଗୁଁ ସବୁକିଛି ଅଚଳ ହୋଇଯାଇଛି। ମୁମ୍ବାଇରେ ଜଣେ ୨୮ ବର୍ଷୀୟ ଯୁବକ ଲକ୍‌ଡାଉନ୍‌ ସମୟରେ ଘରୁ ବାହାରି ଥିବା ନିଜ ସାନଭାଇକୁ ହତ୍ୟା କରିଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶରେ ଲକ୍‌ଡାଉନ୍‌ ସମୟରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe