ଅନ୍‌ଲକ ୫.୦: କଣ୍ଟେନମେଣ୍ଟ ଜୋନ୍‌ରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଜାରି ରହିବ ଲକ୍‌ଡାଉନ କଟକଣା; କେବଳ ଜରୁରୀ କାର୍ଯ୍ୟକଳାପ ପାଇଁ ଅନୁମତି

Advertisment
ଅନ୍‌ଲକ ୫.୦: କଣ୍ଟେନମେଣ୍ଟ ଜୋନ୍‌ରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଜାରି ରହିବ ଲକ୍‌ଡାଉନ କଟକଣା; କେବଳ ଜରୁରୀ କାର୍ଯ୍ୟକଳାପ ପାଇଁ ଅନୁମତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଆଜି ଅନ୍‌ଲକ୍‌:୫ ପାଇଁ ନୂତନ ଗାଇଡ୍‌ଲାଇନ୍‌ ବା ମାର୍ଗଦର୍ଶିକା ଜାରି କରାଯାଇଛି। ଜାରି କରାଯାଇଥିବା ଅନ୍‌ଲକ୍‌:୫ ଗାଇଡ୍‌ଲାଇନ୍‌ରେ ସରକାର ପୂର୍ବବତ୍‌ କଣ୍ଟେନମେଣ୍ଟ ଜୋନ୍‌ରେ କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ସମସ୍ତ ପ୍ରକାରର ଗତିବିଧି ଉପରେ ନିଷେଧାଦେଶକୁ ବଳବତ୍ତର ରଖିଛନ୍ତି।

କଣ୍ଟେନମେଣ୍ଟ ଜୋନ୍‌ରେ ଏହି ନିଷେଧାଦେଶ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏବଂ କୋଭିଡ୍‌-୧୯ ସଂକ୍ରମଣ ଶୃଙ୍ଖଳାକୁ ଫଳପ୍ରଦ ଭାବରେ ଭାଙ୍ଗିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସମସ୍ତ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବ। କେବଳ ମାତ୍ର ଜରୁରୀ କାର୍ଯ୍ୟକଳାପ ପାଇଁ ଅନୁମତି ମିଳିବ।

କୋଭିଡ୍‌-୧୯ ସଂକ୍ରମଣର ସ୍ଥିତିକୁ ଦେଖି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍‌ଗୁଡ଼ିକୁ ଚିହ୍ନଟ କରିବେ। ଏବଂ ଏହି କଣ୍ଟେନମେଣ୍ଟ ଜୋନ୍‌ଗୁଡିକର ସୂଚନା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ୱେବସାଇଟ ଏବଂ ରାଜ୍ୟ ସରକାରଙ୍କ ୱେବସାଇଟରେ ପ୍ରଦାନ କରିବେ।

କଣ୍ଟେନମେଣ୍ଟ ଜୋନ୍‌ ବାହାରେ ରାଜ୍ୟ ସରକାରମାନେ କୌଣସି ପ୍ରକାରର ସ୍ଥାନୀୟ ଲକଡାଉନ୍‌ ଲାଗୁ କରିପାରିବେ ନାହିଁ। ଯଦି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କୋଭିଡ୍‌-୧୯ ସଂକ୍ରମଣର ହାରକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍‌ ବାହାରେ କୌଣସି ଅଞ୍ଚଳରେ ସ୍ଥାନୀୟ ଲକ୍‌ଡାଉନ୍‌ ଲଗାଇବାକୁ ଚାହିଁବେ, ତେବେ ସେମାନଙ୍କୁ ସେ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ପୂର୍ବରୁ ସୂଚୀତ କରିବେ ଓ ଏଥିପାଇଁ ଅନୁମତି ଆଣିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe