Moneycontrol
ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପ୍ରଦୂଷଣ ଅତି ସାଂଘାତିକସ୍ତରରେ ପହଞ୍ଚିବାରୁ ଲକ୍ଡାଉନ୍ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପରିବହନ ଗୁରୁତର ବାଧାପ୍ରାପ୍ତ ହୋଇଛି। ଲାହୋର ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ହୋଇଥିବା ବେଳେ ଟ୍ରେନ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ମୁଲତାନରେ ଏକ୍ୟୁଆଇ ୨୧୩୫ ରହିଛି ଏବଂ ନିଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ଉପୁଜୁଛି। ପେଶାୱର, ଇସଲାମାବାଦ ଏବଂ ଅନ୍ୟ ସହରରେ ମଧ୍ୟ ପ୍ରଦୂଷଣର ମାତ୍ରା ଅଧିକ ରହିଛି। ଲାହୋର ଆଖପାଖରେ ପବନର ଗତି ଘଣ୍ଟାପ୍ରତି ମାତ୍ର ୪ କିଲୋମିଟରକୁ ହ୍ରାସ ପାଇଛି। ଦୃଶ୍ୟମାନତା ଅତ୍ୟନ୍ତ କମ୍ ଥିବାରୁ ମୁଲତାନରୁ ଜାହିର ପୀର ପର୍ଯ୍ୟନ୍ତ ଏମ-୫ ମୋଟରୱେକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି। ପଞ୍ଜାବ ସରକାର ଆଜି ଏକ ଧୂମ-କୁହୁଡ଼ି ନିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ରାସ୍ତା ଉପରେ ପାଣି ସିଞ୍ଚନ ଏବଂ ବର୍ଜ୍ୟବସ୍ତୁ ହଟାଇବା ଅନ୍ତର୍ଭୁକ୍ତ। ପ୍ରଦୂଷିତ ସାମଗ୍ରୀ ଯୋଗାଉଥିବା କାରଖାନାଗୁଡ଼ିକୁ ମଧ୍ୟ କର୍ତ୍ତୃପକ୍ଷ ସିଲ୍ କରିବା ଆରମ୍ଭ କରିଛନ୍ତି।
Follow Us