ଦିଲ୍ଲୀରେ ସଫଳ ହୋଇଛି ଲକଡାଉନ, କମୁଛି ସଂକ୍ରମଣ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀରେ ସଫଳ ହୋଇଛି ଲକଡାଉନ, କମୁଛି ସଂକ୍ରମଣ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ସଫଳ ହୋଇଛି ଲକଡାଉନ | ଦିନକୁ ଦିନ କମୁଛି ସଂକ୍ରମଣ | ଆଜି ଏବିଷୟରେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଦିଲ୍ଲୀରେ ସଂକ୍ରମଣ ବଢିବା ସହ ଅମ୍ଳଜାନର ଅଭାବ ଦେଖାଦେବା ପରେ ଦିଲ୍ଲୀ ସରକାର ଲକଡାଉନ ଘୋଷଣା କରିଥିଲେ, ଯାହା ଏବେ ସଫଳ ହୋଇଥିବା କହିଛନ୍ତି ଅରବିନ୍ଦ କେଜ୍ରିୱାଲ |

publive-image indiatoday.in

ସେ କହିଛନ୍ତି ଯେ, ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଲୋକଙ୍କ ସହଯୋଗ ପାଇଁ ଲକଡାଉନ୍ ସଫଳ ହେଲା | ଗତ କିଛି ଦିନ ମଧ୍ୟରେ ଆମେ ଅମ୍ଳଜାନ ଶଯ୍ୟା ସଂଖ୍ୟା ବୃଦ୍ଧି କରିଛୁ | ଗତକାଲି, ଆମେ ଜିଟିବି ହସ୍ପିଟାଲ ନିକଟରେ ୫୦୦ ନୂତନ ଆଇସିୟୁ ବେଡ୍ ଆରମ୍ଭ କଲୁ | ବର୍ତ୍ତମାନ ଦିଲ୍ଲୀରେ ଆଇସିୟୁ ଏବଂ ଅମ୍ଳଜାନ ଶଯ୍ୟାର ଅଭାବ ନାହିଁ।

Arvind Kejriwal: India's capital to lockdown as nation's virus cases top 15 M, Health News, ET HealthWorld ET HealthWorld

ଏହା ସହ କରୋନା ଟିକାକୁ ନେଇ ସେ କହିଛନ୍ତି ଯେ, କେବଳ ୨ଟି କମ୍ପାନି ଟିକା ଉତ୍ପାଦନ କରୁଛନ୍ତି। ସେମାନେ ମାସକୁ ମାତ୍ର ୬-୭ କୋଟି ଟିକା ଉତ୍ପାଦନ କରନ୍ତି | ଏମିତି ଚାଲିଲେ ସମସ୍ତଙ୍କ ଟିକାକରଣ ପାଇଁ ୨ବର୍ଷରୁ ଅଧିକ ସମୟ ଲାଗିବ | ସେତେବେଳକୁ କରୋନାର ଅନେକ ତରଙ୍ଗ ଆସି ଯାଇଥିବ | ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଟିକା ଉତ୍ପାଦନ ବୃଦ୍ଧି ଏବଂ ସମସ୍ତଙ୍କୁ ଟିକାକରଣ ପାଇଁ ଏକ ଜାତୀୟ ଯୋଜନା ପ୍ରସ୍ତୁତ କରିବା ଗୁରୁତ୍ୱପୂର୍ଣ୍ଣ |

ଅନ୍ୟପକ୍ଷରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, "ଗତ କିଛି ଦିନ ମଧ୍ୟରେ ଦିଲ୍ଲୀରେ ପଜିଟିଭିଟି ହାର ୩୬% ରୁ ୧୯.୧% କୁ ହ୍ରାସ ପାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦିନକୁ ୨୮,୦୦୦ ରୁ ପ୍ରାୟ ୧୨,୫୦୦ କୁ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe